ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଲକ୍ ଡାଉନ ଉଠିବା ପରେ ଇସ୍ତଫା ଦେବେ ମହିଳା IAS ଅଫିସର ; ସୋସିଆଲ ମିଡ଼ିଆରେ ଜଣାଇଲେ ମନର କଥା

ହରିୟାଣା ୨୫/୪ : ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଚାରିଆଡେ ଲକ୍ ଡାଉନ । ସବୁ କାମ ଠପ୍ । ଲୋକଙ୍କୁ ଘରୁ ନବାହାରିବାକୁ ପୁଲିସ କର୍ମୀଙ୍କ ତାଗିଦ । ଏହି ଭିତରେ ଜଣେ ମହିଳା IAS ଅଫିସର ନିଜ ପଦରୁ ଇସ୍ତଫା ଦେବା କଥା ଉଠେଇଛନ୍ତି । ଲକ ଡାଉନ ଉଠିଲା ପରେ ସେ ଇସ୍ତଫା ପତ୍ର ପଠାଇବେ । ଏଠି ପ୍ରଶ୍ନ ଉଠୁଛି , କାହିଁକି ସେ ଏମିତି ନିଷ୍ପତ୍ତି ନେଲେ  ? କଣ ହୋଇପାରେ କାରଣ ?

୨୦୧୪ ବ୍ୟାଚ୍ ହରିୟାଣା କ୍ୟାଡରର ଏହି ମହିଳା ଅଫିସରଙ୍କ ବୟସ ମାତ୍ର ୩୮ ବର୍ଷ । ଏଭଳି ସମ୍ମାନଜନକ ଚାକିରୀରେ  ତାଙ୍କୁ ଆହୁରି କିଛି କରିବାକୁ ବାକିଅଛି । ତଥାପି ତାଙ୍କର ଏଭଳି ନିଷ୍ପତ୍ତି ପଛରେ କିଛି ପ୍ରମୁଖ କାରଣ ଥାଇପାରେ ।

ସୂଚନା ମୁତାବକ,  ହରିୟାଣାର ଅଭିଲେଖାଗାର ବିଭାଗ(archives department)ରେ ନିର୍ଦ୍ଦେଶକ ଭାବରେ ପୋଷ୍ଟିଂ ପାଇଥିବା ରାନୀ ନାଗର ଗୁରୁବାର ଦିନ ସୋସିଆଲ ମିଡିଆରେ ସମ୍ମାନଜନକ ସର୍ଭିସରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି।

ଏହି ମହିଳା ଅଫିସର ଫେସବୁକ୍ ଏବଂ ଟ୍ୱିଟରରେ ହିନ୍ଦୀରେ ଲେଖିଛନ୍ତି , “ମୁଁ ରାନୀ ନଗର , ରତନ ସିଂ ନଗରଙ୍କ ଝିଅ । ଗାଜିଆବାଦ ଗାଁ ବାଦଲପୁର, ତହସିଲ ଦାଦ୍ରି, ଜିଲ୍ଲା ଗୌତମ ବୁଦ୍ଧ ନଗର ନିବାସୀ । ଏଠାରେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଆଇଏଏସରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। 

" କର୍ଫ୍ୟୁ ଏବଂ ଲକଡାଉନ୍ ହଟାଯିବା ପରେ ମୁଁ ଇସ୍ତଫା ଦେବି ଏବଂ ସରକାରଙ୍କ ଅନୁମତି ନେବା ପରେ ଗାଜିଆବାଦରେ ମୋର ପିତାମାତା ଘରକୁ ଯିବି "ବୋଲି ସେ କହିଛନ୍ତି। ଗତ ବର୍ଷ ହରିୟାଣା ସରକାରୀ ଅଧିକାରୀ ଏବଂ କିଛି  ପୁଲିସ ଅଧିକାରୀଙ୍କ ବିରୋଧରେ ଚଣ୍ଡିଗଡ଼ କୋର୍ଟରେ ରାନୀ ନଗର ଅଭିଯୋଗ କରିଥିଲେ।

“ଆମ ଜୀବନ ପ୍ରତି ସର୍ବଦା ବିପଦ ରହିଛି , ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଯଦି ଆମେ ଜୀବନ ହରାଉ କିମ୍ବା ଆମର କିଛି ହୁଏ । ତେବେ କେସ୍ ନମ୍ବର 3573/2019  ସଂପର୍କରେ ଚଣ୍ଡିଗଡ଼ର ମାନ୍ୟବର କୋର୍ଟକୁ ମୋର ବିବୃତ୍ତି ଜଣାନ୍ତୁ। ଆମେ ଆପଣଙ୍କ ପାଖେ ସର୍ବଦା କୃତଜ୍ଞ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ରାନୀ ୨୦୧୮ ରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ହରିୟାଣାର ଅତିରିକ୍ତ ମୁଖ୍ୟ ସଚିବ ତାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଧମକ ଦେଇଥିବାର ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.