PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଆସୁଛି ଲୋକସଭା ନିର୍ବାଚନ: ମହାରାଷ୍ଟ୍ରରେ ପୁଣି ଦଳିତ-ମୁସଲିମ୍ ମେଣ୍ଟ!

ମୁମ୍ବାଇ ୧୬।୩: ମହାରାଷ୍ଟ୍ରରେ ତିନି ଦଶକ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟ ହେଉଥିବା ନେଇ ପୁଣି ଥରେ ଚର୍ଚ୍ଚା ଚାଲିଛି। ଏହି ଭଳି ମେଣ୍ଟର ସ୍ଥାପନା ପ୍ରାୟ ତିନି ଦଶକତଳେ ଅଣ୍ଡରଓ୍ଵାର୍ଲଡ ଡନ୍‌ ହାଜି ମସ୍ତାନ ଓ ଦଳିତ ନେତା ଯୋଗେନ୍ଦ୍ର କବାଡେ ମିଶି କରି ଦଳିତ- ମୁସଲିମ ଅଳ୍ପସଂଖ୍ୟକ ସୁରକ୍ଷା ମହାସଂଘ ପ୍ରତିଷ୍ଠା କରିଥିଲେ। ଏବେ ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଆଇଏମ୍‌ଆଇଏମ୍‌ ର ଅସଦୁଦ୍ଦିନ୍‌ ଓବେସି ଓ ବିଆର୍‌ପି ବହୁଜନ ମହାସଂଘର ପ୍ରକାଶ ଆମ୍ବେଦକର ମଧ୍ୟ ଏଭଳି ଏକ ମେଣ୍ଟ କରୁଥିବା ଜଣାଯାଇଛି।

ପ୍ରକାଶ ଆମ୍ବେଦକରଙ୍କୁ କଂଗ୍ରେସ-ଏନ୍‌ସିପି ମେଣ୍ଟରେ ସାମିଲ ହେବାର ଅଫର୍‌ ମିଳିଥିଲା। ମାତ୍ର ତାକୁ ସେ ପ୍ରତ୍ୟାଖ୍ୟାନ କରି ଓବେସିଙ୍କ ସହିତ ମିଶି ଏକ ନୂଆ ମେଣ୍ଟ ଗଢିବାରେ ନିଷ୍ପତ୍ତି ନେଲେ ।ଏହି ମେଣ୍ଟ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାଯାଇଛି। ମହାରାଷ୍ଟ୍ରରେ ପୂର୍ବରୁ କେବଳ ଭାଜପା-ଶିବସେନା ମେଣ୍ଟ ଓ କଂଗ୍ରେସ-ଏନ୍‌ ସିପି ମେଣ୍ଟ ମଧ୍ୟରେ ଲଢେଇ ହେବ ବୋଲି ଲାଗୁଥିଲା। ହେଲେ ଏହି ଲଢେଇ ତ୍ରିମୁଖୀ ହେବ ବୋଲି ଆକଳନ ହେଉଛି।

ସମ୍ବନ୍ଧିତ ଖବର