PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବଦଳିବ ନାଗରିକତା ସଂଶୋଧନ ଆଇନ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ରାଞ୍ଚି ୧୬/୧୨: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହିଂସାକାଣ୍ଡ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପଡ଼ିଲେ ସେଥିରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବେ ବୋଲି କହିଛନ୍ତି । ଶନିବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ।

ଝାଡଖଣ୍ଡର ଗିରିଡିହ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଶାହ କହିଛନ୍ତି ଯେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଓ ତାଙ୍କ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ତାଙ୍କୁ ଗତ ଶୁକ୍ରବାର ନୂଆଦିଲ୍ଲୀରେ ଭେଟି ଏହି ଆଇନକୁ ନେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା କଥା ଜଣାଇଛନ୍ତି । ସେମାନେ ଆଇନରେ କିଛି ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି । ସେମାନଙ୍କୁ ଖ୍ରୀଷ୍ଟମାସ ପରେ ପୁଣିଥରେ ସାକ୍ଷାତ କରିବା ଲାଗି କହିଛନ୍ତି । ସେମାନଙ୍କ ଅନୁରୋଧ ଉପରେ ବ୍ୟାପକ ବିଚାର ବିମର୍ଶ କରାଯିବ ଏବଂ ମେଘାଳୟର ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

ପରେ ଧାନବାଦ ଠାରେ ଆୟୋଜିତ ରାଲିରେ ଶାହ କହିଲେ ଯେ କେନ୍ଦ୍ର ସରକାର ଯେତେବେଳେ ସଂସଦରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ଆଗତ କଲେ କଂଗ୍ରେସର ପେଟରେ ଯନ୍ତ୍ରଣା ହେଲା । ଅନ୍ୟ ଦେଶରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ଭାରତ ଚାଲିଆସିଥିବା ଲୋକମାନେ ଏଠାରେ ଶରଣାର୍ଥୀ ଭାବେ ରହୁଛନ୍ତି । ସେମାନଙ୍କୁ ଦେଶର ନାଗରିକ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ କି? କଂଗ୍ରେସ ଅଭିଯୋଗ କରୁଛି ବିଜେପି ଓ କେନ୍ଦ୍ର ସରକାର ମୁସଲିମ ବିରୋଧୀ । ଆମେ ସିଏବି ଆଣିବା ପରଠାରୁ କଂଗ୍ରେସ ତାକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡକୁ ଉସୁକାଉଥିବା ଶାହ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର