PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଫ୍ଲିପ୍‌କାର୍ଟରେ ମିଳିବ ମଦ : ଭୁବନେଶ୍ୱର, କଟକ ଏବଂ ରାଉରକେଲାରେ ହୋମ୍‌ ଡେଲିଭରି ସେବା ଆରମ୍ଭ !

ଭୁବନେଶ୍ୱର,୧୯।୮: ବିଦେଶୀ ମଦ ହୋମ୍‌ ଡେଲିଭରି କରୁଥିବା ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥାରେ ଯୋଡ଼ି ହୋଇଛି ଫ୍ଲିପ୍‌କାର୍ଟ । ଏହି ଜଣାଶୁଣା ଅନଲାଇନ୍‌ ସପିଂ ସଂସ୍ଥାର ଡେଲିଭରି ବଏ ମଧ୍ୟ ମଦ ନେଇ ଆପଣଙ୍କ ଘରେ ପହଞ୍ଚାଇବେ । ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ରାଉରକେଲା ମହାନଗରରେ ଏହି ହୋମ୍‌ ଡେଲିଭରି ସେବା ଆରମ୍ଭ କରାଯିବ ବୋଲି ଜଣାପଡି଼ଛି । ଫ୍ଲିଫ୍‌କାର୍ଟ ସହଯୋଗୀ ଅନ୍‌ଲାଇନ୍‌ ପ୍ଲାଟଫର୍ମ ‘ହିପ୍‌ବାର’ ମଧ୍ୟ ମଦ ଯୋଗାଇବ ।

ଅବକାରୀ ବିଭାଗ ସୂଚନା ମୁତାବକ, ପୂର୍ବରୁ ମୋଟ ୪ଟି ଅନ୍‌ଲାଇନ୍‌ ଯୋଗାଣକାରୀ ସଂସ୍ଥା ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ପାଇଥିଲେ । ରାଜଧାନୀ ସହ କଟକ, ବ୍ରହ୍ମପୁର ଓ ରାଉରକେଲାରେ ମଦ ହୋମ୍‌ ଡେଲିଭରି ପାଇଁ ‘ସ୍ୱିଗି’କୁ ଅନୁମତି ମିଳିଥିଲା । ‘ଜୋମାଟୋ’ ସଂସ୍ଥା ଭୁବନେଶ୍ୱର ସହ କଟକ ଓ ପୁରୀରେ ହୋମ୍‌ ଡେଲିଭରି କରୁଥିଲା । ଏହାଛଡ଼ା ବାରିପଦା, ବେତନଟି ଓ ବରଗଡ଼ ସହରରେ ଘରେ ମଦ ଯୋଗାଇବା ପାଇଁ ‘ଦୁନିଆ ଅନ୍‌ଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଅନୁମତି ମିଳିଥିଲା । ସୂଚନା ଥାଉ କି, କୋଭିଡ୍‌ କଟକଣା ଯୋଗୁଁ ମେ ୨୫ରୁ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା ।