PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ପୁଣିଥରେ ଯୁଦ୍ଧ ବିମାନ ଚଳାଇ ପାରନ୍ତି ଅଭିନନ୍ଦନ, ଆଉ ଅଳ୍ପ ଦିନର ଅପେକ୍ଷା

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଖୁବ୍‌ଶୀଘ୍ର  ଯୁଦ୍ଧ ବିମାନ ଉଡ଼ାଇବାକୁ ସୁଯୋଗ ମିଳିବ। କିନ୍ତୁ ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଏରୋସ୍ପେଶ୍‌ ମେଡିସିନ(ଆଇଏଏମ)ରୁ ସବୁଜ ସଙ୍କେତ ମିଳିବା ପରେ ସେ ଯୋଗ ଦେବେ। ଆଗାମୀ ସପ୍ତାହରେ କିଛି ପରୀକ୍ଷା କରାଯିବ। ଆଇଏଏମ ପକ୍ଷରୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବା ପରେ ୩୫ ବର୍ଷୀୟ ଅଭିନନ୍ଦନଙ୍କୁ କକ୍‌ପିଟରେ ବସିବାକୁ ସୁଯୋଗ ମିଳିବ ବୋଲି ଭାରତୀୟ ବାୟୁସେନାର ୨ ଜଣ ଅଧିକାରୀ କହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଅଭିନନ୍ଦନଙ୍କ କ୍ଷେତ୍ରରେ ଯାହା ଘଟିଛି ସେଭଳି ପରିସ୍ଥିତିରେ ପାଇଲଟଙ୍କୁ ଯୁଦ୍ଧ ବିମାନ ଉଡ଼ାଣ କରିବାକୁ ଚୂଡ଼ାନ୍ତ ଅନୁମତି ଦେବା ପୂର୍ବରୁ ବିଶେଷଜ୍ଞମାନେ ପ୍ରାୟ ୧୨ ସପ୍ତାହ ପର୍ଯ୍ୟନ୍ତ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଆକଳନ କରନ୍ତି। ସେହି ଆଧାରରେ ମେ ମାସ ​‌ଶେଷ ସୁଦ୍ଧା ଅଭିନନ୍ଦନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାପଡ଼ିଯିବ। କିନ୍ତୁ ଅଭିନନ୍ଦନ ପୁଣିଥରେ ଯୁଦ୍ଧ ବିମାନ ଚଳାଇବା ନେଇ ଯେଉଁଭଳି ଭାବରେ  ଦୃଢ଼ ଇଚ୍ଛାଶକ୍ତି ରଖିଛନ୍ତି ଆମେ ଆଶା କରୁଛୁ ସେ ଖୁବ୍‌ଶୀଘ୍ର ଫେରିବେ।

ଉଲ୍ଲେଖନୀୟ ଯେ, ଗତ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧ ଉଡ଼ାଉଥିବା ଅଭିନନ୍ଦନ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଇତିହାସ ସୃଷ୍ଟି କରିଛନ୍ତି। ମିଗ୍‌-୨୧ ଦ୍ବାରା ଏଫ୍‌-୧୬ ବିମାନ ଖସାଯିବା ଘଟଣା ପ୍ରଥମ, କାରଣ ଏହି ଦୁଇଟିର ଜେନେରେସନ୍ ଅଲଗା ବୋଲି ବିଶେଷଜ୍ଞମାନେ କହିବା ସହ ଅଭିନନ୍ଦନଙ୍କୁ ପ୍ରଶଂସା କରିଛନ୍ତି। ଅଭିନନ୍ଦନଙ୍କ ଏଭଳି କାର୍ଯ୍ୟ ପାଇଁ ଦେଶର ୩ୟ ସର୍ବୋଚ୍ଚ ସାହସିକତା ପୁରସ୍କାର ବୀରଚକ୍ର ଲାଗି ତାଙ୍କ ନାମ ସୁପାରିସ କରାଯାଇପାରେ ବୋଲି ଏହି ଦୁଇ ଅଧିକାରୀ କହିଛନ୍ତି। ଅଭିନନ୍ଦନଙ୍କୁ ଦିଲ୍ଲୀରେ ଥିବା ବାୟୁସେନାର କେନ୍ଦ୍ରୀୟ ଚିକିତ୍ସାଳୟ ପ୍ରତିଷ୍ଠାନରେ ଚିକିତ୍ସା କରାଯାଇଥିଲା।  ଚିକିତ୍ସା ବେଳେ ଡାକ୍ତରମାନେ କହିଥିଲେ ଅଭିନନ୍ଦନଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି। ଏଭଳି ପରିସ୍ଥିତିରେ ପାଇଲଟଙ୍କୁ ପୁନର୍ବାର ଯୁଦ୍ଧ ବିମାନ ଚଳାଇବାର ଅନୁମତି ମିଳିନଥାଏ। କିନ୍ତୁ ଅଭିନନ୍ଦନଙ୍କ ଉତ୍ସାହ ଦେଖି ତାଙ୍କୁ ଯୁଦ୍ଧ ବିମାନ ଚଳାଇବାକୁ ଦିଆଯିବ କି ନାହିଁ ତାହା ଆସନ୍ତା ମଇ ମାସ ସୁଦ୍ଧା ଜଣାପଡିଯିବ।

ସମ୍ବନ୍ଧିତ ଖବର