ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ନୂଆଦିଲ୍ଲୀ,୨୯।୧୦: ଚଳିତ ବର୍ଷ ପଡିବ ପ୍ରବଳ ଥଣ୍ଡା। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ବୈଜ୍ଞାନିକ ସୂଚନା ଦେଇଛନ୍ତି। ଆଇଏମଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁ​‌ସାରେ, ଚଳିତ ବର୍ଷ ଶୀତ ଦିନେ ‘ଲା ନିନା’  (La Nina)ର ପ୍ରଭାବ ଦେଖିବାକୁ ମିଳିବ, ଯେଉଁ କାରଣରୁ ଇଣ୍ଡାର ଖୁବ୍ ଅଧିକ ଅନୁଭୂତ ହେବ। ବୈଜ୍ଞାନିକଭ୍କ କହିବା ଅନୁସାରେ, ଚଳିତ ବର୍ଷ ଶୀତ ଲହରୀ ଚାଲିବ, ଯାହାର କାରଣ ‘ଲା ନିନା’ ର ପ୍ରଭାବ ହେବ। ‘ଲା ନିନା’ ଦୁର୍ବଳ ହେବା କାରଣରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ପଡିବାର ସମ୍ଭାବନା ରହିଛି। ଶୀତ ଲହରୀ ପାଇଁ ବହୁ ପରିମାଣରେ ‘ଲା ନିନା’ ଓ ’ଏଲ ନିନୋ’ର ବଡ ଭୂମିକା ରହିଛି। ‘ଲା ନିନା’ ରହିବା କାରଣରୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶୀତ ଅଧିକ ବଢିବାର ସମ୍ଭାବନା ଅଛି ।

ପନ୍ତନଗର ଭିଭିର ପାଣିପାଗ ବୈଜ୍ଞାନିକ ଡକ୍ଟର. ଆରକେ ସିଂଙ୍କ କହିବା ଅନୁସାରେ, ଦୁର୍ବଳ ‘ଲା ନିନା’ କାରଣରୁ ଶୀତଦିନେ ପ୍ରବଳ ଥଣ୍ଡା ପଡିବ। ‘ଏଲ ନିନୋ’ ଓ ‘ଲା ନିନୋ’ର ପାଣିପାଗ ଉପରେ ଖାସ୍ ପ୍ରଭାବ ଦେଖାଯିବ। ଉଲ୍ଲେଖନୀୟ ଯେ, ‘ଲା ନିନୋ’ ଏକ ସାମୁଦ୍ରିକ ପକ୍ରିୟା ଅଟେ, ଯାହାଦ୍ବାରା ସମୁଦ୍ରରେ ପାଣି ଥଣ୍ଡା ହେବାରେ ଲାଗିଥାଏ, ଯେଉଁ କାରଣରୁ ବାୟୁରେ ଏହାର ପ୍ରଭାବ ସଫା ଦେଖାଯାଇଥାଏ।

ପବନରେ ଥଣ୍ଡା ଅନୁଭୂତ ହେବା କାରଣରୁ ତାପମାତ୍ରାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ଏହା ମହାସାଗରୀୟ ଘଟଣା ସହିତ ସାରା ବିଶ୍ବରେ ପାଣିପାଗ ଓ ଜଳବାୟୁକୁ ବହୁ ପରିମାଣରେ ପ୍ରଭାବିତ କରିବାର କାରଣ ହୋଇପାରେ। ଏଭଳି ଭାବରେ ‘ଏଲ ନିନୋ’ ଏହାର ବିପରୀତ ପ୍ରଭାବ ଦେଖିବାକୁ ମିଳିଥାଏ। ଏଲ ନିନୋ କାରଣରୁ ସମୁଦ୍ରର ପାଣି ଗରମ ହୋଇଯାଏ ଓ ଏହାର ପ୍ରଭାବରୁ ମଧ୍ୟ ଗରମ ପବନ ଚାଲିଥାଏ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବୁଧବାର ଦେଶରୁ ବିଦାୟ ନେଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମଡି) ଏହି ସୂଚନା ଦେଇଛି। ସେ କହିଛନ୍ତି   ଉତ୍ତର-ପୂର୍ବ ମୌସୁମୀର ଆରମ୍ଭ ହୋଇଯାଇଥିଲା- ଯେଉଁ କାରଣରୁ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶର ଅଂଶ, କର୍ଣ୍ଣାଟକ ଓ କେରଳରେ ଅକ୍ଟୋବରରୁ ଡିସେମ୍ବର ଭିତରେ ବର୍ଷା ହୋଇପାରେ। ଆଇଏମଡିର ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦକ୍ଷିଣ-ପଶ୍ଚିମ ଉପକୂଳ ଓ ତାମିଲନାଡୁର ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣି ବଳୟ ରହିଛି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..