ଶୀତରେ ବଢ଼େ ଷ୍ଟ୍ରୋକ୍‌ ଆଶଙ୍କା: ଏମିତି କରନ୍ତୁ ଘରୋଇ ଉପଚାର, ମିଳିବ ଫାଇଦା…

ଭୁବନେଶ୍ବର ୧୭/୧୦: ମସ୍ତିଷ୍କର କୋଷିକାଗୁଡ଼ିକର ଆବଶ୍ୟକତା ପୂରଣ କରିବାକୁ ଅନେକଗୁଡ଼ିଏ କୋଷିକା ହୃତ୍‌ପପିଣ୍ଡରୁ ମସ୍ତିଷ୍କ ପର୍ଯ୍ୟନ୍ତ ଲଗାତାର ରକ୍ତ ସଞ୍ଚାଳନ ପ୍ରକ୍ରିୟା ଚଳାଇଥାନ୍ତି । ଯେତେବେ ରକ୍ତ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ, ସେତେବେଳେ ମସ୍ତିଷ୍କର କୋଷିକା ନଷ୍ଟ ହେବା ଆରମ୍ଭ କରନ୍ତି । ଯାହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ ବୋଲି କୁହାଯାଏ ।

ମସ୍ତିଷ୍କରେ ବ୍ଲଡ୍‌ କ୍ଲଚ୍‌ ହେବା କିମ୍ବା ବ୍ଲିଡିଂ ହେବା ଦ୍ୱାରା ମଧ୍ୟ ଷ୍ଟ୍ରୋକ୍‌ ହୋଇପାରେ । ରକ୍ତ ସଞ୍ଚାଳନରେ ବାଧା ଆସିବାର କିଛି ସମୟ ମଧ୍ୟରେ ମସ୍ତିଷ୍କର କୋଷିକା ସବୁ ମୃତ ପ୍ରାୟ ହୋଇଯାଆନ୍ତି । କାରଣ ସେମାନଙ୍କୁ ଆବଶ୍ୟକ ହିସାବରେ ଅମ୍ଳଜାନ ମିଳିପାରେ ନାହିଁ । ଯେତେବେଳେ ମସ୍ତିଷ୍କର ରକ୍ତ କୋଷିକା ଫାଟି ଯାଏ, ସେହି ପରିସ୍ଥିକୁ ବ୍ରେନ୍‌ ହାମ୍‌ରେଜ କୁହାଯାଏ । ଯାହାକି ଜୀବନାଶକ ହୋଇଥାଏ । ଏହି ଅବସ୍ଥା ମାତ୍ରାଧିକ ଭାବେ ଶୀତ ଦିନରେ ଦେଖାଯାଏ । କାରଣ ଏହି ଦିନରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବରେ ଚାଲିଥାଏ କି, ନାହିଁ ତାହା ଜଣାପଡ଼େ ନାହିଁ ।

ଅନେକ ବିଶେଷଜ୍ଞଙ୍କ ମତରେ, ଶୀତ ଦିନରେ ଶୀରାପ୍ରଶିରା ସବୁ ସଙ୍କୁଚିତ ହୋଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଅନେକ ସମୟରେ ପମ୍ପ ଦେବାକୁ ପଡ଼ିଥାଏ । ପମ୍ପ ଦେବା ସମୟରେ ରକ୍ତଚାପ ମଧ୍ୟ ବଢ଼େ । ଏଣୁ ଏହି ସମୟରେ ଶରୀରକୁ ଗରମ ପୋଷାକ ମଧ୍ୟରେ ଢ଼ାଙ୍କି ରଖିଲେ ଷ୍ଟ୍ରୋକ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ । ଶୀତ ଦିନରେ ଷ୍ଟ୍ରୋକ୍‌ର ଆଶଙ୍କାକୁ କମ୍‌ କରିବା ପାଇଁ ବିଶେଷଜ୍ଞମାନେ ନିଜ ମତ ପ୍ରକାଶ କରି କହିଛନ୍ତି, ଘରର କବାଟ ଓ ଝରକା ବନ୍ଦ ରଖି ଘରକୁ ଉଷୁମ କରାନ୍ତୁ । ଏହଛଡ଼ା ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ ସେମାନେ ଶୀତୁଆ ସକାଳେ ବାହାରକୁ ବାହାରନ୍ତୁ ନାହିଁ । ନଚେତ୍‌ ରକ୍ତଚାପ ବିପଦଜ୍ଜନକ ଅବସ୍ଥାରେ ଚାଲିଯାଏ ।

   ସମ୍ବନ୍ଧିତ ଖବର


ଡିସେମ୍ବର ପହିଲାରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ନୂଆ ବୀମା ପଲିସି

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା

କାଳ ଭୈରବ ଅଷ୍ଟମୀ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ଖାଦ୍ୟ ପରେ ମିଠା କାହିଁକି ଖାଇବେ? ଜାଣନ୍ତୁ କ’ଣ ରହିଛି କାରଣ…