‘କୁମ୍କୁମ୍ ଭାଗ୍ୟ’ ସୋ’ ଛାଡ଼ିଲେ ତନୁ, ଆଗକୁ ଆଉ ୩ କଳାକାର ଛାଡିବେ

ଭୁବନେଶ୍ବର,୨୦/୨: ହଟ୍, ବୋଲ୍ଡ ଏବଂ ସେକ୍ସି ଅଭିନେତ୍ରୀ ଲୀନା ଜୁମାନିଙ୍କ ସହିତ ଏମିତି କିଛି ହୋଇଛି, ତାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚଯ୍ୟ। ଏକ୍ତା କପୁରଙ୍କ ସୋ ‘କୁମ୍କୁମ୍ ଭାଗ୍ୟ’ ଛାଡ଼ିବାକୁ ସେ ଏବେ ନିଷ୍ପତ୍ତି ନେଇସାରିଛନ୍ତି। ଲୀନା ଜୁମାନି ଏହି ସିରିଏଲରେ ତନୁ ଚରିତ୍ରରେ ଅଭିନୟ କରୁଥିଲେ।

ଟିଆରପିରେ ଧମାଲ ମଚାଉଥିବା ଜିଟିଭିର ଏହି ହିଟ୍ ସୋ’ କୁମ୍କୁମ୍ ଭାଗ୍ୟ ଗତ ୫ ବର୍ଷ ହେଲାଣି ଦର୍ଶକଙ୍କ ମନ ଜିତିବାରେ ଲାଗିଛି। ଟିଭିର ଏହି ପସନ୍ଦିଆ ସୋ’କୁ ଡିନର ଟାଇମ୍ର ଆଦରଣୀୟ ସୋ’ ବୋଲି କୁହାଯାଏ। ସୋ’ର ମୁଖ୍ୟ ଅଭିନେତ୍ରୀ ପ୍ରଜ୍ଞା ଓ ଅଭିନେତା ଅଭିଙ୍କୁ ଦର୍ଶକ ଢ଼େରସାରା ଭଲପାଇବା ଦେଇଛନ୍ତି ଏବଂ ଆଗକୁ ବି ଦେବେ ସେମାନଙ୍କର ସମସ୍ତଙ୍କର ବିଶ୍ବାସ ରହିଛି।

ଏବେ ଏହି ସୋରେ ଆସିଛି ଏକ ବଡ଼ ଟ୍ବିଷ୍ଟ। ଭାବ, ପାରିବାରିକ ସମସ୍ୟା, ଝଗଡ଼ା, ଭଲପାଇବା, ସମ୍ବେଦନଶୀଳତା ଭିତରେ ଚାଲିଥିବା ଏହି ସୋ’ ଯୁବଗୋଷ୍ଠୀଙ୍କୁ ବେଶି ଆକୃଷ୍ଟ କରିପାରିଛି। ସିରିଏଲରେ ଏବେ ୨୦ ବର୍ଷ ପୂର୍ବର କାହାଣୀକୁ ଦେଖିବାକୁ ମିଳିବ। ଏଥିରେ ଅଭି ଏବଂ ପ୍ରଜ୍ଞାଙ୍କ ଯାଆଁଳା ଝିଅ ନଜର ଆସିବେ। ସିରିଏଲରେ ତନୁଙ୍କ ବୟସକୁ ୨୦ ବର୍ଷ ଆଗକୁ ବୃଦ୍ଧି କରାଯିବ। ଅର୍ଥାତ୍ ତନୁଙ୍କ ବୟସ କମ୍ ହୋଇଥିଲେ ବି ଚରିତ୍ରରେ ତାଙ୍କୁ ବୟସ୍କ ମହିଳାଙ୍କ ଭୂମିକାରେ ଅଭିନୟ କରିବାକୁ ପଡ଼ିବ। ଯାହା ତନୁଙ୍କୁ ପସନ୍ଦ ନାହିଁ। ୨୦ ବର୍ଷ ଆଗକୁ ଡେଇଁବା ଭୟରେ ସେ ସୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ଏକ ସାକ୍ଷାତକାରରେ ତନୁ କହିଛନ୍ତି, ହଁ ମୁଁ ସୋ ଛାଡ଼ିବାକୁ ଯାଉଛି। କାରଣ ଗୋଟେ ବୟସ୍କ ଚରିତ୍ର ଭୂମିକାରେ ଅଭିନୟ କରିବା ବହୁତ କଷ୍ଟକର ବୋଲି ସେ କହିଛନ୍ତି। ଏମିତି ବି ଚର୍ଚ୍ଚା ହେଉଛି କି, ତନୁଙ୍କ ବ୍ୟତୀତ ଟିଭିରେ ବୟସ୍କ ଭୂମିକାରେ ଅଭିନୟ କରିବା ପାଇଁ କୁହାଯାଇଥିବା ମିଶାଳ ରହେଜା (ରାଜା), ଶିଖା ସିଂହ (ଆଲିୟା) ଏବଂ ରୁଚି ସାବରନଙ୍କୁ ମଧ୍ୟ ଏହା ପସନ୍ଦ ନାହିଁ। ହୋଇପାରେ ଆଗକୁ ଏହି ତିନି କଳାକାର ବି ସୋ’ ଛାଡ଼ି ପାରନ୍ତି।