PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

୧୦ ସେକେଣ୍ଡରେ ଏପରି ଜାଣିପାରିବେ ଆପଣଙ୍କ ଭୋଟ ଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ

ନୂଆଦିଲ୍ଲୀ,୩୦।୩: ଲୋକସଭା ନିର୍ବାଚନ ପାଖେଇ ଆସିଛି, ସବୁଥର ଭଳି ଏଥର ମଧ୍ୟ ଇଲୋଟ୍ରୋନିକ୍ସ ଭୋଟିଂ ମେସିନ୍ (ଇଭିଏମ୍)କୁ ନେଇ ହୋହଲ୍ଲା ଆରମ୍ଭ ହୋଇଯାଇଛି। ଅନେକ ରାଜନୈତିକ ଦଳ ସବୁଥର ଭଳି ଏଥର ମଧ୍ୟ ଇଭିଏମର ବିଶ୍ବାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ବେଳେ ପ୍ରକ୍ସି ଭୋଟ ଓ ନକଲି ଭୋଟରୁ ବଞ୍ଚିବା ପାଇଁ ନିର୍ବାଚନ କମିଶନ୍ ଏଥର ଲୋକସଭା ନିର୍ବାଚନରେ ଭେରିଫିଏବଲ ପେପର ଅଡିଟ୍ ଟ୍ରେଲ(ଭିଭିପିଏଟି)ର ବ୍ୟବହାର କରିବାକୁ ଯାଉଛନ୍ତି। ନିର୍ବାଚନରେ ଭୋଟ ଦେବା ପରେ ଭୋଟରଙ୍କ ମନରେ ଆଶଙ୍କା ଥାଏ ସତରେ କ’ଣ ତାଙ୍କ ଭୋଟ ଠିକ୍ ପ୍ରାର୍ଥୀଙ୍କ ନିକଟକୁ ଯାଇଛି କି ନାହିଁ? ଏବେ ଏହି ଭ୍ରମକୁ ଦୂର କରିହେବ, ଭୋଟ ଦେବାର ୧୦ ସେକେଣ୍ଡ ଭିତରେ  ଆପଣଙ୍କୁ ଇଭିଏମ୍ ସ୍କ୍ରିନରେ ଏହାର ପ୍ରମାଣ  ମିଳିଯିବ। ଏଥିରେ ସ୍ପଷ୍ଟ ଭାବରେ ଜଣାପଡିଯିବ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ତାହା ତାଙ୍କୁ ଯାଇଛି କି ନାହିଁ। ସ୍କ୍ରିନରେ ଦେଖାଯାଉଥିବା ସ୍ଳିପ ନିଜକୁ ନିଜେ କଟିକି ବାକ୍ସ ଭିତରକୁ ଚାଲିଯିବ।

କାନପୁର ଏଡିଏମ ଗତ ଗୁରୁବାର ଏସମ୍ପର୍କରେ ସାମ୍ବାଦିକଙ୍କୁ ଇଭିଏମ ଓ ଭିଭିପିଏଟିର ଡେମୋ ଦେଖାଇଛନ୍ତି। ତେବେ ଏହାଦ୍ବାରା ଭୋଟ ଦେବାର ସମୟ ଆଉ ଟିକେ ବଢିଯିବ। ଇଭିଏମରେ ଆଲଫା, ବିଟା ଓ ଗାମାର ପ୍ରତୀକତ୍ମକ ନିର୍ବାଚନୀ ଚିହ୍ନ ରହିଥିଲା। ପ୍ରାର୍ଥୀଙ୍କ ନାମ ରୂପରେ ୩ଟି ଏ, ୩ଟି ବି ଏବଂ ୩ଟି ସି ତିଆରି କରାଯାଇଥିଲା। ପ୍ରାର୍ଥୀ ଓ ନିର୍ବାଚନୀ ଚିହ୍ନ ସାମନାରେ ବଟନ ଚିପିବା ପରେ ଭିଭିପିଏଟିର ସ୍କ୍ରିନରେ ଆସିଥିବା ସ୍ଳିପ ଦେଖାଯାଇଥିଲା। ୭ ସେକେଣ୍ଡ ପରେ ଏହି ସ୍ଳିପ ନିଜକୁ ନିଜେ କଟି ବାକ୍ସ ଭିତରେ ପଡିଥିଲା। ଏହାପରେ ବିପ୍ ସାଉଣ୍ଡ ଆସିଥିଲା। ଯାହାକି ଆପଣଙ୍କ ଭୋଟ ଦିଆଯିବାକୁ ସୁନିଶ୍ଚିତ କରିଥାଏ।