ମୁମ୍ବାଇ, ୨୭/ ୦୨: ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ମହାରାଷ୍ଟ୍ର ସରକାର ଅନୁମତି ପ୍ରଦାନ କରିବା ପରେ ଦିନିକିଆ ସିରିଜକୁ ଗ୍ରୀନ୍ ସିଗନାଲ ମିଳିଛି। ଦିନିକିଆ ସିରିଜର ସମସ୍ତ ମ୍ୟାଚ୍ ପୁଣେରେ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣିଥରେ ବଢ଼ୁଥିବାରୁ ଏହାକୁ ନଜରରେ ରଖି ବିନା ଦର୍ଶକରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
wp:embed {"url":"https://twitter.com/ani_digital/status/1365656997157167110","type":"rich","providerNameSlug":"twitter","responsive":true,"className":""} /wp:embedସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୨୩, ଦ୍ବିତୀୟ ମ୍ୟାଚ୍ ୨୬ ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବ। ଦିନିକିଆ ସିରିଜ ପୂର୍ବରୁ ଦୁଇ ଦଳ ମଧ୍ୟରେ ନମୋ ଷ୍ଟାଡିୟମରେ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ।