ଧରାପଡ଼ିଲା ବିୟୁଟି ପାର୍ଲର ମାଲିକାଣୀ – ଝିଅଙ୍କୁ ରଖି ଏମିତି କାରବାର କରୁଥିଲା

ଯାଜପୁର୨୬/୮: ପୁଲିସ୍‌ କବଜାରେ ବିୟୁଟି ପାର୍ଲର ମାଲିକାଣୀ। ପର୍ଦ୍ଦାଫାଶ ହୋଇଛି ତାର ଦେହ ବ୍ୟବସାୟ କାରବାର । ଜଣେ ନାବାଳିକାଙ୍କୁ କାମ ଦେବା ଆଳରେ ତାଙ୍କୁ ସେକ୍ସ କାମରେ ଲଗାଉଥିଲା । ଏହି ସେକ୍ସ ରାକେଟ୍‌ର ମାଷ୍ଟର ମାଇଣ୍ଡ ବିୟୁଟି ପାର୍ଲର ମାଲିକାଣୀକୁ ଯାଜପୁର ରୋଡ୍ ପୁଲିସ୍‌ ଘରୁ ଉଠାଇ ନେଇଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଳା ପୋଲସରା ଅଞ୍ଚଳର ଜଣେ ନାବାଳିକା ନିଜର ନବଜାତ ଶିଶୁକନ୍ୟାକୁ ଧରି ଯାଜପୁର ରୋଡ଼ରେ ପହଁଞ୍ଚିଥିଲେ। ତାଙ୍କର ସରଳତାର ସୁଯୋଗ ନେଇ ଏହି ମହିଳା ଜଣଙ୍କ ତାଙ୍କୁ କାମ ଦେବା ଆଳରେ ପାଖରେ ରଖିଥିଲା । ତାପରେ ନିଜର ଅସଲ ଉଦ୍ଦେଶ୍ୟକୁ ଚରିତାର୍ଥ କରିଥିଲା । ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା ।

ବର୍ତ୍ତମାନ ଜଣା ପଡ଼ିଲା ଏହି ବିୟୁଟି ପାର୍ଲର ମାଲିକାଣୀ ଅନ୍ୟ ଝିଅ ମାନଙ୍କୁ ମଧ୍ୟ ସେକ୍ସ କାରବାରରେ ଲଗାଉଛି । ସେମାନଙ୍କର ସରଳତାର ସୁଯୋଗ ନେଇ ଦେହ କାରବାରରେ ଲଗାଉଛି ।  

ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଯାଜପୁର ରୋଡ ପୁଲିସ୍ ଏବଂ ଏସ୍‌ଡିପିଓ ଛାନ୍‌ଭିନ୍ ଆରମ୍ଭ କରିଛି। ଯାଜପୁର ରୋଡ ପୁଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି