ଯୁବକଙ୍କୁ ହନିଟ୍ରାପ କରି ଯୁବତୀ ରଖିଲେ ଶାରୀରିକ ସମ୍ପର୍କ,ଏହାପରେ ଫଟୋ ଏବଂ ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲ

ଗୁରଗାଓଁ,୧୪।୯: ଜଣେ ଯୁବକକୁ ପ୍ରେମ ଜାଲରେ ଫଶାଇ ୪୦ ଲକ୍ଷ ଟଙ୍କାର ଦାବି କରୁଥିବା ଯୁବତୀକୁ ଗୁରଗାଓଁ ପୋଲିସ ଗିରଫ କରିଛି। ୨୪ ବର୍ଷୀୟ ଏହି ଯୁବତୀ ଜଣକ ଟଙ୍କା କମାଇବାର ସର୍ଟକଟ୍ ବାଟ ବାହାର କରିବା ପାଇଁ  ହନିଟ୍ରାପ୍ କରିଥିଲା ନିଜ ହଷ୍ଟେଲ ଆଗରେ ଓ୍ବାର୍କସପ୍ ଖୋଲିଥିବା ଜଣେ ଯୁବକକୁ। ଯୁବତୀ ଜଣକ ପ୍ରେମଜାଲରେ ଫଶାଇ ପୁଅ ସହିତ ଶାରିରୀକ ସମ୍ପର୍କ ରଖିବା ପ​‌ରେ ଏହାର ଭିଡିଓ ଏବଂ ଆପତ୍ତିଜନକ ଫଟୋ ଉଠାଇକି ରଖିଥିଲା। ଯେତେବେଳେ ଯୁବତୀ ଜଣକ ନିଜପାଖରେ ଫଟୋ ଏବଂ ଭିଡିଓ ମାଧ୍ୟମରେ ସବୁ ପ୍ରମାଣ ରଖିଦେଇଥିଲେ ଯୁବକଙ୍କୁ କରିଥିଲେ ବ୍ଲାକମେଲ।

ଫଟୋ ଏବଂ ଭିଡିଓ ଅନ୍ୟମାନଙ୍କୁ ଦେଖାଇ ଦେବାର ଧମକ ଦେଇ ଯୁବତୀ ଜଣକ ୪୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଯୁବକଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସେ ପୋଲିସର ସାହାରା ନେଇଥିଲେ। ଯୁବକଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବତୀ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ପୋଲିସ କହିଥିଲା ଅଭିଯୁକ୍ତ ଯୁବତୀଙ୍କୁ ୧ ଳକ୍ଷ ଟଙ୍କା ଦେବାକୁ, ଯେତେବେଳେ ଯୁବତୀ ଜଣକ ଏହାକୁ ନେବାକୁ ଆସିଥିଲେ ପୋଲିସ ତାଙ୍କୁ ଗିରଫ କରିବା ସହ ଯେଉଁ ମୋବାଇଲ ଫୋନ୍ ଜବତ କରିଛି।

ପୋଲିସ ସୂଚନା ଅନୁସାରେ, ଗୁରଗାଓଁ ସେକ୍ଟର ୩୯ ରେ ଯୁବକ ଜଣଙ୍କର ନିଜର ଏକ ଓ୍ବାର୍କସପ୍ ରହିଛି। ଏହାର ଠିକ୍ ସାମନରେ ଏକ ମହାଦେବ ପିଜି ରହିଛି। ସେଠାରେ ରହୁଥିବା ଜଣେ ଯୁବତୀ ସହିତ ତାଙ୍କର ବନ୍ଧୁତ୍ବ ହୋଇଯାଇଥିଲା। ଏହାପରେ ପରସ୍ପର ସହମତିରେ ଶାରିରୀକ ସମ୍ପର୍କ ରଖିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ।ଏହାପରେ ଯୁବତୀ ଜଣକ କହିଥିଲେ ଶାରିରୀକ ସମ୍ପର୍କ ରଖିବା ସମୟର ଫଟୋ ଏବଂ ଭିଡିଓ ତାଙ୍କ ପାଖରେ ରହିଛି। ଏଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କା ଦରକାର, ଯଦି ସେ ନଦିଅନ୍ତି ତେବେ ମିଛ ଦୁଷ୍କର୍ମ ମାମଲାରେ ଫଶାଇ ଦେବି। ଯେତେବେଳେ ଯୁବକ ଜଣକ କହିଥିଲେ ଏକାଠି ୪୦ ଲକ୍ଷ ଟଙ୍କା ଦେଇପାରିବେନି, ଯୁବତୀ ଜଣକ ତାଙ୍କୁ କହିଥିଲେ ପ୍ରଥମେ ୧୦ ଲକ୍ଷ ଟଙ୍କା ଦିଅ ବାକି ୩୦ ଲକ୍ଷ ପରେ ଦେଲେ ଚଳିବ। କିନ୍ତୁ ଏବେ ଯୁବତୀ ଜଣକ ନିଜର ଜାଲରେ ନିଜେ ଫଶି ଯାଇଛନ୍ତି।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ