ବିହାରର ଜଣେ ମହିଳା ସୋନୁ ସୁଦ୍ଙ୍କୁ ମାଗିଲେ ଧୂପକାଠି ତିଆରି ମେସିନ୍, ଅଭିନେତା ରଖିଦେଲେ ଏଭଳି ସର୍ତ୍ତ…

ମୁମ୍ବାଇ ୯।୩ : ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ ସମୟରେ ପ୍ରବାସୀ ଶମିକ, ଛାତ୍ର ସମେତ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏମିତି କି ଅସହାୟ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି। ସୋନୁ ସୁଦ୍ଙ୍କ ସାହାଯ୍ୟ କରିବାର ସିଲ୍ସିଲା ଏବେ ଜାରି ରହିଛି। ଅଭିନେତା ଏବେ ବିହାରର ଜରେ ମହିଳାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ମହିଳା ଜଣକ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି, କିନ୍ତୁ ଏହା ବଦଳରେ ଏକ ସର୍ତ୍ତ ବି ରଖିଛନ୍ତି।

ବିହାରର ଜ୍ୟୋତି ରାଜ ନାମକ ଜଣେ ମହିଳା ସୋନୁ ସୁଦ୍ଙ୍କୁ ଟ୍ୟାଗ୍ କରି ଏକ ଟ୍ବିଟ୍ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ‘ସୋନୁ ସୁଦ୍ ଭାଇ ମୋ ନାଁ ଜ୍ୟୋତି ଏବଂ ମୁଁ ବିହାରରେ ରହୁଛି। ଆପଣ ସମସ୍ତଙ୍କ ସାହାଯ୍ୟ ସହଯୋଗ କରୁଛନ୍ତି। ମୋତେ ବି ଟିକେ ସାହାଯ୍ୟ କରନ୍ତୁ। ପରିବାରର ପାଳନ ପୋଷଣ ପାଇଁ ଧୂପ କାଠି ତିଆରି ମେସିନ୍ ଦରକାର। ଏହି ମେସିନ୍ ମିଳିଲେ ମୁଁ ମୋ ପରିବାର ଏବଂ ପିଲାଙ୍କର ଭୋକ ମେଣ୍ଟାଇ ପାରିବି। ଏହି ଟ୍ବିଟ୍ର ଜବାଦ ଦେଇ ସୋନୁ ସୁଦ୍ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଗୋଟିଏ ସର୍ତ୍ତ ବି ରଖିଛନ୍ତି। ସୋନୁ ତାଙ୍କ ସର୍ତ୍ତରେ ଏକ ମଜାଳିଆ ଢ଼ଙ୍ଗରେ କହିଛନ୍ତି, ‘ଧୂପକାଠିର ପ୍ରଥମ ପ୍ୟାକେଟ ମୋତେ ମିଳିବା ଦରକାର।’