PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସାଙ୍ଗମାନଙ୍କ ସହ ମିଶି ସ୍ୱାମୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ମହିଳା, ପ୍ରାଇଭେଟ୍ ପାର୍ଟରେ ଲଗାଇଥିଲେ ସିଗାରେଟ ଚେଙ୍କ

ଭୋପାଳ,୧୮/0୧: ମଧ୍ୟ ପ୍ରଦେଶ ଇନ୍ଦୋରରେ ଜଣେ ବିବାହିତ ମହିଳାଙ୍କୁ ଗଣ ଦୁଷ୍କର୍ମ । ଏହି ଦୁଷ୍କର୍ମ ଏମିତି ନୃଶଂସ ଥିଲା ଯେ ପଶୁତ୍ୱର ସବୁ ସୀମା ଟପି ଯାଇଥିଲେ ଦୁସ୍କର୍ମକାରୀ। ସବୁଠୁ ବଡ଼ କଥା ହେଉଛି ଏହି ଗଣ ଦୁଷ୍କର୍ମ ମାମଲାରେ ନିଜ ସ୍ୱାମୀ ମଧ୍ୟ ସାମିଲ ରହିଛି। ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତିନି ଜଣ ସାଙ୍ଗ ଓ ଜଣେ ଫାର୍ମ ହାଉସ କର୍ମଚାରୀଙ୍କ ସହ ମିଶି କେବଳ ଗଣ ଦୁଷ୍କର୍ମ କରିନାହାନ୍ତି । ସେମାନେ ତାଙ୍କର ପ୍ରାଇଭେଟ୍‌ ପାର୍ଟରେ ସିଗାରେଟ ଚେଙ୍କ ମଧ୍ୟ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଇନ୍ଦୋର ଶିପ୍ରା ପୁଲିସ ଥାନା ଅଞ୍ଚଳର ଯୁବରାଜ ଫାର୍ମ ହାଉସରେ ।    

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ସ୍ୱାମୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଧାରା ୩୭୬ (୨ଜି), ୩୭୬(୨ଏନ), ୩୭୬(୨ଏନ) ସମେତ ୩୭୭, ୩୨୩, ୫୯୪, ୨୦୬ ଓ ୨୫ ଆର୍ମ୍ସ ଆକ୍ଟ ଅଧିନରେ ମାମଲା ରୁଜୁ କରାଯାଇଛି। ମିଡିଆକୁ ଇନ୍ଦୋର ଜିଲ୍ଲାପାଲ ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ।   

ଦୈନିକ ଭାସ୍କର ରିପୋର୍ଟ ଅନୁଯାୟୀ ପୀଡିତାଙ୍କ ସ୍ୱାମୀ ରାଜେଶ ବିଶ୍ୱକର୍ମା ଜଣେ ବିଲଡର। ଉଭୟ ମେଟ୍ରମନି ୱେବସାଇଟରୁ ପରିଚିତ ହୋଇ ବିବାହ କରିଥିଲେ। ଅକ୍ଟୋବର ୨୦୧୯ରେ, ଦୁହେଁ ରାୟପୁରର ଏକ ହୋଟେଲରେ ବିବାହ କରିଥିଲେ। ତେବେ ମହିଳାଙ୍କ ପରିବାର ବିବାହରେ ଯୋଗ ଦେଇଥିଲେ ମଧ୍ୟ ପୁଅ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ।

ପୀଡିତାଙ୍କ କହିବା ଅନୁଯାୟୀ, ବିବାହ ପରେ ଇନ୍ଦୋରର ଏକ ହୋଟେଲରେ ୪ ଦିନ ରହିବା ପରେ ରାଜେଶ ତାଙ୍କ ଫାର୍ମ ହାଉସକୁ ନେଇ ଯାଇଥିଲା। ସେଠାରେ ସେ ମହିଳାଙ୍କୁ କହିଥିଲା ଯେ ତାଙ୍କ ପରିବାର ସଦସ୍ୟ ବିବାହକୁ ନେଇ ରାଜି ନାହାନ୍ତି। ତେଣୁ ତାଙ୍କୁ ଏଠାରେ ରହିବାକୁ ପଡିବ। ତେବେ କିଛି ଦିନ ପାଇଁ ସବୁ ଠିକ୍ ଚାଲିଥିଲା, କିନ୍ତୁ ପରେ ଅଭିଯୁକ୍ତ ମହିଳାଙ୍କୁ ହଇରାଣ କରିବାକୁ ଲାଗିଥିଲା ତାଙ୍କ ସ୍ୱାମୀ।

 ପୀଡ଼ିତା ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ଟିଭିରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ। ଏହାକୁ ଦେଖିବା ପରେ ସେହି ଭଳି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସ୍ଥିତି ଏମିତି ହେଲା ଯେ ଅଭିଯୁକ୍ତ ସ୍ୱାମୀ ତାର ତିନି ଜଣ ସାଙ୍ଗଙ୍କ ସହ ଜଣେ ଫାର୍ମ ହାଉସ କର୍ମଚାରୀ ମିଶି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।