PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଅଫିସ ଯିବାପରେ ଗାର୍ଡେନକୁ କେହି ଆସୁଥିବାର ମହିଳା କରୁଥିଲେ ଅନୁଭବ, କ୍ୟାମେରା ଲଗାଇବା ପରେ ଦେଖିଲେ ଆଶ୍ଚର୍ଯ୍ୟକର ଘଟଣା

https://zeenews.india.com

ଲଣ୍ଡନ,୨।୮:  ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କର ସନ୍ଦେହ ଥିଲା ତାଙ୍କ ଅଫିସ ଯିବା ପରେ ଗାର୍ଡେନରେ କିଛି ଅଦ୍ଭୁତ ଘଟଣା ଘଟୁଛି। ବହୁ ଦିନ ପର୍ଯ୍ୟନ୍ତ ମହିଳ ଜଣକ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି ପ୍ରମାଣ ପାଇନଥିଲେ। ଏହାପରେ ସେ ଏକ ଇଣ୍ଟରନେଟ୍ ଫୋନ୍‌ର ସାହାଯ୍ୟରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହାପରେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା। କ୍ୟାମେରାରେ କିଛି ଏଭଳି ରେକର୍ଡ ହୋଇଥିଲା ତାହା ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

‘ଦ ସନ୍’ର ରିପୋର୍ଟ ଅନୁସାରେ, ମହିଳା ଜଣକ ନିଜ ଘରର ଗାର୍ଡେନରେ ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଜିନିଷ ମିଳୁଥିଲା। କେବେ ପୋଡା ସିଗାରେଟ୍‌ର ଟୁକୁଡା ତ କେବେ ଅନ୍ୟ ଜିନିଷ। ଏସବୁ ଦେଖି ମହିଳା ଜଣକ ବୁଝିପାରିନଥିଲେ ସେ ଅଫିସ ଯିବା ପରେ ଏଭଳି କ’ଣ ହେଉଛି। ଏହାପରେ ମହିଳା ଜଣକ ଲଣ୍ଡନ ସ୍ଥିତ Mumsnet  ଇଣ୍ଟରନେଟ୍ ଫୋରମ୍‌କୁ ପରାମର୍ଶ ମାଗିଥିଲେ। ଯାହା ଆଧାର​‌ରେ ତାଙ୍କ ଗାର୍ଡେନରେ ଏକ ସିକ୍ରେଟ କ୍ୟାମେରା ଲଗାଯାଇଥିଲା।

ନିକଟରେ ରାତିରେ ଯେତେବେଳେ ସେ ଅଫିସରୁ ଆସିଥିଲେ ଦେଖିଥିଲେ ଗାର୍ଡେନରେ ପୁଣିଥରେ ପୋଡା ସିଗାରେଟ୍ ଟୁକୁଡା ପଡିଛି। ପୁରା ଘଟଣା ବିଷୟରେ ଜାଣିବା ପାଇଁ ସେ ଭିଡିଓ ଫୁଟେଜ୍ ଦେଖିଥିଲେ। ଆଉ ତା ପରେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳା ଜଣକ ଦେଖିଥିଲେ ତାଙ୍କର ପଡୋଶୀ କାନ୍ଥ ଡେଇଁ ଗାର୍ଡେନର ବ୍ୟବହାର କରୁଛନ୍ତି। ଯେତେବେଳେ ସେ ଅଫିସ ଚାଲି ଯାଆନ୍ତି ପଡୋଶୀ ଜଣକ ତାଙ୍କ ଘରେ ପଶି ଗାର୍ଡେନରେ ପଡିଥିବା ଫର୍ନିଚରରେ ଆରାମ କରିଥାନ୍ତି।

ମହିଳା ଜଣ କହିଛନ୍ତି, ମୁଁ ଲେଟ୍ ନାଇଟ୍ ସିଫ୍ଟରେ କାମ କରୁଥିଲେ। ସବୁବେଳେ ମୋତେ ନିଜର ଗାର୍ଡେନରେ କିଛି ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଥିଲା। ତେଣୁ ମୁଁ କ୍ୟାମେରା ଲଗାଇଥିଲି ଓ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା। ମୁଁ ଗାର୍ଡେନ ଲକ୍ କରିବା ଆରମ୍ଭ କରିଦେଇଥିଲି, କିନ୍ତୁ ମୋର ପଡୋଶୀ ପାଚେରୀ ଡେଇଁ ଭିତରେ ପଶୁଥିଲେ। ତେବେ ମହିଳା ଜଣକ ତାଙ୍କ ପଡୋଶୀ ସହିତ ଏନେଇ କଥା ହୋଇନଥିଲେ। ତାଙ୍କୁ ଭୟ ଲାଗିଥିଲା, କିନ୍ତୁ ସୋସିଆଲ ମିଡିଆରେ ମହିଳାଙ୍କୁ ଖୁବ୍ ସମର୍ଥନ ମିଳିଛି।

ସମ୍ବନ୍ଧିତ ଖବର