PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

କ୍ୟାବ୍ ଡ୍ରାଇଭର ବିରୋଧରେ ମହିଳା ଅଭିଯୋଗ କରିବା ପରେ ତାଙ୍କୁ କରିଦିଆଗଲା କଲଗର୍ଲ,ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ,୭।୯:  ଓଲା କ୍ୟାବ୍ ଡ୍ରାଇଭର ଜଣେ ମହିଳା ଓ ତାଙ୍କର ଶିଶୁକୁ ମଲ୍ ବାହାରେ ତାଙ୍କ ଗାଡିରୁ ଓହ୍ଲାଇ ଦେବାପରେ ମହିଳା ଜଣକ ଏନେଇ ଏହାର ଅଭିଯୋଗ କ୍ୟାବର ଆପ୍ଲିକେସନରେ କରିଥିଲେ। ଯେଉଁଥିରେ ରାଗିଯାଇ ଡ୍ରାଇଭର ଜଣକ ମହିଳାଙ୍କ ଫୋନ୍ ନମ୍ବର ଏକ ହ୍ବାଟସଆପ୍ ଗ୍ରୁପରେ ଦେଇ ତାଙ୍କୁ କଲଗର୍ଲ ବୋଲି କହିଥିଲେ। ଯାହାଫଳରେ ମହିଳାଙ୍କ ନମ୍ବରକୁ ପ୍ରତିଦିନ ଅନେକ ଫୋନ କଲ୍ ଆସିଥିଲା, ଶେଷରେ ମହିଳା ଜଣକ ବାଧ୍ୟ ହୋଇ ନିଜର ମୋବାଇଲ ନମ୍ବରକୁ ବନ୍ଦ କରିଦେଇଥିଲେ।

ଉତ୍ତରପ୍ରଦେଶର ବରେଲି ସିଟି ଷ୍ଟେସନ ରୋଡ ପିଏନବି ବ୍ୟାଙ୍କ ପାଖରେ ରହୁଥିବା ମହିଳା ଜଣକ ଗତ ୧ ତାରିଖରେ ଓଲା କ୍ୟାବ୍ ବୁକ୍ କରିଥିଲେ। ମହିଳା ଜଣକ ନିଜର ଦୁଇଟି ଶିଶୁ ଓ ଏକ ବ୍ୟାଗ୍ ନେଇ କ୍ୟାବରେ ପ୍ରାୟ ୯ଟା ୩୦ ମିନିଟ ସମୟରେ ଫିନିକ୍ସ ମଲ ଯିବା ପାଇଁ ବସିଥିଲେ। ମଲ ବାହାରେ ପହଁଞ୍ଚିବା ମାତ୍ରେ ଡ୍ରାଇଭର ଫହିମ ଅଖତର ରଜା ମହିଳାଙ୍କୁ ବାହାରିବାକୁ କହିଥିଲେ।

ଏହାପରେ ମହିଳା ଜଣକ କହିଥିଲେ, ମଲ୍ ପାଖରେ ଛାଡିଦିଅ, ମୋ ପାଖରେ ଦୁଇଟି ଛୋଟ ପିଲା ଏବଂ ଗୋଟିଏ ବ୍ୟାଗ୍ ରହିଛି। ତେବେ ଅଭିଯୁକ୍ତ ଡ୍ରାଇଭର ଜଣକ ତାଙ୍କ କଥା ଶୁଣିନଥିଲା। ଅଭଦ୍ରାମୀ କରି ଗାଡି ଭିତରକୁ ତାଙ୍କୁ ବାହାର କରିଦେଇଥିଲା। ଯାହାଫଳରେ ମହିଳା ଜଣକ ରାଜି ଯାଇ ଏ ସମ୍ପର୍କରେ ଓଲା କ୍ୟାବ୍ ଆପରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ମହିଳାଙ୍କ ମୋବାଇଲ ନମ୍ବରକୁ ବାରମ୍ବାର ଅନେକ ଫୋନ୍ କଲ ଆସିବାରେ ଲାଗିଲା।

ଫୋନ୍ କରୁଥିବା ଲୋକମାନେ ମହିଳାଙ୍କୁ ତାଙ୍କର ନାଁ ପଚାରିବା ସହିତ ତାଙ୍କ ସହ ଖରାପ ଭାଷାରେ କଥା ହେଉଥିଲେ। ଏସଏସପିଙ୍କ ନିର୍ଦେଶରେ କୋତଓ୍ବାଲିରେ ଫହିମଙ୍କ ବିରୋଧରେ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ୨ ତାରିଖରେ ମହିଳାଙ୍କ ନମ୍ବରକୁ ଜଣେ ଯୁବକ ଫୋନ୍ କରି ତାଙ୍କୁ ଅଶ୍ଲୀଳ ଭାଷାରେ କଥା ହୋଇଥିଲା। ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି ଧମକ ଦେବାପରେ ସେ କହିଥିଲା ତାଙ୍କର ମୋବାଇଲ ନମ୍ବରକୁ ହ୍ବାଟସଆପ୍ ଗ୍ରୁପରେ ମିଳିଲା। ଯେଉଁଥିରେ ଲେଖା ହୋଇଥିଲା ଏହା ଜଣେ କଲଗର୍ଲଙ୍କ ନମ୍ବର।

ସମ୍ବନ୍ଧିତ ଖବର