ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଭାଉଜକୁ ନିର୍ମମ ଭାବେ ହତ୍ୟା କଲା ଦିଅର

ବୌଦ୍ଧ, ୩୦।୪ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଇଲେକ୍ଟ୍ରି ଅଫିସ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ରୋଷେଇ ଘରେ ଭାଉଜ କୁ ଭୁଜାଲି ରେ ଅତି ନିର୍ମମ ଭାବେ ହାଣି ହତ୍ୟା କଲା ଦିଅର । ଭାଉଜ ଙ୍କୁ ହତ୍ୟା ପରେ ମନମୁଣ୍ଡା ଥାନାରେ ଦିଅର  ଆତ୍ମସମର୍ପଣ କରିଛି । ମୃତକ ଜଣକ ହେଲେ ସୋଭାଗିନି ସାହୁ । 

ମନମୁଣ୍ଡା ଇଲେକ୍ଟ୍ରି ଅଫିସ ନିକଟରେ ଦୁଇ ଭାଇ ଧ୍ରୁବ ସାହୁ ଏବଂ ବଲ୍ଲଭ ସାହୁ ଗୋଟିଏ ଘରେ ରହୁଥିବା ବେଳେ ଉଭୟ ପରିବାର ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ତେବେ ଏହି ପାରିବାରିକ କଳହ ଯୋଗୁଁ ଆଜି ବଲ୍ଲଭ ସାହୁ ତାଙ୍କ ଭାଉଜ ସୋଭଗିନି ସାହୁ ଙ୍କୁ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଏକ ଭୁଜାଲି ରେ ଅତି ନିର୍ମମ ଭାବେ ହାଣି ହତ୍ୟା କରି ମନମୁଣ୍ଡା ଥାନା ରେ ଆତ୍ମସମର୍ପଣ କରିଛନ୍ତି । ତେବେ ମନମୁଣ୍ଡା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପ୍ରାଥମିକ ତଦନ୍ତ ରୁ ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.