ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ରାସ୍ତାରେ ଗଡୁଛି ମହିଳାଙ୍କ ମୁଣ୍ଡବିହୀନ ଗଣ୍ଡି, ମୁଣ୍ଡ ନେଇ ହତ୍ୟାକାରୀ ଫେରାର

କେନ୍ଦୁଝର,୩/୯: କେନ୍ଦୁଝର ସଦର ଥାନା ଭୂଦବାହାଳୀ ଗାଁରେ ଚାଞ୍ଚଲ୍ୟ । ଗାଁ ନିକଟ ରାସ୍ତାକଡ଼ରେ ବୁଧବାର ଜଣେ ମହିଳାଙ୍କ ମୁଣ୍ଡବିହୀନ ଗଣ୍ଡି ପଡ଼ିଥିଲା । ହତ୍ୟା ପରେ ହତ୍ୟାକାରୀ ଜଣକ ମୁଣ୍ଡ କାଟି ନେଇଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ସଦରଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ସ୍ତ୍ରୀ କେଶ (୪୭) ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି ।


ସୂଚନା ମୁତାବକ, ବାଡ଼ିରୁ ଲଙ୍କା ତୋଳି ବୁଧବାର ଅପରାହ୍ନରେ ଦ୍ୱାରିକାପଶି ସାପ୍ତାହିକ ହାଟକୁ ଲଙ୍କା ବିକି ବାହାରିଥିଲେ କେଶ । ସନ୍ଧ୍ୟା ପାଖାପାଖି ୫ଟା ୩୦ରେ ଭୂଦବାହାଳୀ ନିକଟ ରାସ୍ତାକଡ଼ରେ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଗଣ୍ଡି ପଡ଼ିଥିବା ଦେଖିବା ପରେ ଏ ଘଟଣା ଆଖପାଖରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ମୃତଦେହ ନିକଟରେ ଏକ ବ୍ୟାଗ ପଡ଼ିଥିବାବେଳେ କେଶଙ୍କ ସ୍ୱାମୀ ଏବଂ ପଡ଼ିଶାଙ୍କ ନିକଟରେ ଏ କଥା ପହଞ୍ଚିଥିଲା । ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଚିହ୍ନଟ କରିଥିଲେ ।


ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । କେଶଙ୍କ ମୃତ୍ୟୁ ପଛରେ ତାଙ୍କ ଜ୍ୱାଇଁର ହାତ ଥିବା ସନ୍ଦେହ କରାଯାଉଛି । କାରଣ କେଶଙ୍କ ଝିଅ ଢେଙ୍କିକୋଟ ନିକଟସ୍ଥ ଚିକିଣିଆ ଗ୍ରାମରେ ବିବାହ କରିଥିବାବେଳେ ଜ୍ୱାଇଁ ସହିତ କଳି ଝଗଡ଼ା ଲାଗିରହୁଥିଲା । ତେଣୁ ସେ ଝିଅକୁ ନିଜ ଘରକୁ ଡାକି ଆଣୁଥିଲେ ଏବଂ ଜ୍ୱାଇଁ ସହ ଯିବାକୁ ଦେଉନଥିଲେ କେଶ । ଏହି ରାଗରେ ତାଙ୍କ ଜ୍ୱାଇଁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ । ତଦନ୍ତ ପାଇଁ ପୁଲିସ ଚିକିଣିଆ ଯାଇଥିବା ଜଣାପଡ଼ିଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.