PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

କରୋନା ଟିକାର ଦ୍ବିତୀୟ ଡୋଜ୍ ନେବା ପରେ ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ହେଲା ମୃତ୍ୟୁ ! ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ …

Representative image

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାଡୱାନି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଜଣେ ୬୦ ବର୍ଷ ବୟସ୍କା ମହିଳା କର୍ମଚାରୀ କରୋନା ଟିକା ଗ୍ରହଣ କରିବାର କିଛି ଘଣ୍ଟା ପରେ ମୃତ୍ୟୁ ବରଣ କରିଛନ୍ତି । ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଜିଲ୍ଲା କଲେକ୍ଟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଡଓ୍ବାଣୀ ଜିଲ୍ଲାର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଅନୀତା ସିଙ୍ଗାରେ ବୁଧବାର କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର କିରାଣୀ ରଜନୀ ସେନଙ୍କୁ ଦ୍ୱିତୀୟ ଡୋଜ୍ କରୋନା ଟିକା ଦିଆଯାଇଥିଲା । ଏହା ପରେ ରାତିରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ବିଳମ୍ବିତ ରାତିରେ ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ରଜନୀଙ୍କ ମୃତ୍ୟୁ ହୋଇଥିଲା ।

ତିନି ଦିନ ମଧ୍ୟରେ ମହିଳାଙ୍କ ଶରୀରର ପୋଷ୍ଟମର୍ଟମ ରିପୋର୍ଟ କରାଯିବ ବୋଲି ସେ କହିଛନ୍ତି । ଏହି ସମୟରେ ଜିଲ୍ଲା ମାଜିଷ୍ଟ୍ରେଟ ଶିବରାଜ ସିଂ ଭର୍ମା କହିଛନ୍ତି ଯେ ମଙ୍ଗଳବାର ଦିନ ମହିଳାଙ୍କୁ କରୋନା ଟୀକାକରଣ କରାଯାଇଛି ଏବଂ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । CMHO ମୋତେ ସୂଚନା ଦେଇଛି ଯେ ସମ୍ଭବତ  ମୃତଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହେଉଛି । ”

ସମ୍ବନ୍ଧିତ ଖବର