PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ଦିଅର ଅଟକ, ପୁତୁରା ଫେରାର

ଗୋରୁମହିଷାଣୀ,୧୭/୦୧: ଗଣପର୍ବ ମକର ପର୍ବରେ ସାରା ଅଞ୍ଚଳ ମସଗୁଲ ଥିବା ବେଳେ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ପ୍ରାପ୍ତ ସୂଚନା ଆଧାରରେ ଗୋରୁମହିଷାଣୀ ଥାନା ଅଧୀନ କଳସୀଭାଙ୍ଗା ଗ୍ରାମର ଜନୈକ ବିବାହିତା ମହିଳା ସଂଧ୍ୟାରେ ଘର ପଛପାଖ ଅଗଣାକୁ ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କ ସମ୍ପର୍କୀୟ ଦିଅର ଓ ପୁତୁରା ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବିକ, ଶନିବାର ଅପରାହ୍ମରେ ଉକ୍ତ ବିବାହିତା ମହିଳା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବାରୁ ଗୋରୁମହିଷାଣୀ ଥାନା ଅଧିକାରୀ ପି.କେ. ସ୍ୱାଇଁ ୧୦/୨୧ରେ ମାମଲା ରୁଜୁ କରି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ସଂପର୍କୀୟ ଦିଅରକୁ ଅଟକ ରଖିଥିବା ବେଳେ ସଂପର୍କୀୟ ପୁତୁରା ଫେରାର ହୋଇଯାଇଛି । ପୁଲିସ ଉକ୍ତ ଅଭିଯୁକ୍ତ ପୁତୁରାକୁ ଧରିବାଲାଗି ତଲାସ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର