PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଡିଏସ୍‌ପିଙ୍କ ଠାରୁ ଲୁଟ୍‌ ଘଟଣା : ମାଷ୍ଟର ମାଇଣ୍ଡ ନଣ୍ଡା ସହ ୨ ଦୁର୍ଦ୍ଦାନ୍ତ ଲୁଟେରା ଗିରଫ, ସୁନା ଚେନ୍‌ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୧୧/୦୮: ମହିଳା ଡିଏସ୍‌ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଘଟଣା ଉପରୁ ପରଦା ଉଠାଇଛି କମିଶନରେଟ୍‌ ପୁଲିସ । ଏହି ଘଟଣାର ମାଷ୍ଟର ମାଇଣ୍ଡ ନଣ୍ଡା ଓରଫ ଅଶୋକ ବେହେରା ସହିତ ଦୁଇ ସହଯୋଗୀ ପିପିଲିର ଦେବରାଜ ଜେନା ଏବଂ ବିଜୟ କୁମାର ସାମନ୍ତରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଖାରବେଳନଗର ଥାନା ପୁଲିସ । ୧୫ ଦିନ ପରିଶ୍ରମ ପରେ ପୁଲିସ୍‌କୁ ଏହି ସଫଳତା ମିଳିଛି । ଅଭିଯୁକ୍ତମାନଙ୍କ ଠାରୁ ୩ଟି ସୁନା ଚେନ, ଦେଶୀ ବନ୍ଧୁକ, ୨ଟି ବାଇକ୍‌ ଓ ଏକ କଟୁରି ଜବତ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କେମିତି ଧରାପଡ଼ିଲେ

ଜୁଲାଇ ୨୬ ତାରିଖ ସକାଳେ ଭିଜିଲାନ୍ସ ଡିଏସ୍‌ପି ତନୁତା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଣ୍ଡା ଓ ତା’ ସହଯୋଗୀମାନେ ସୁନା ଗହଣା ଲୁଟି ନେଇଥିଲେ । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲା ବୋଲି ଅଭିଯୋଗ ଉଠିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଥାନା ଓ ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଇନ୍‌ସପେକ୍ଟର ଭରତ ସାହୁ ଓ ଶରତ ସାହୁଙ୍କୁ କୁହାଯାଇଥିଲା ଥାନା ପୁଲିସକୁ ସହଯୋଗ କରିବାକୁ ।

ଜୁଲାଇ ୨୬ ତାରିଖ ଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକର ବିଭିନ୍ନ ଅଞ୍ଚଳ ବୁଲି ବୁଲି ନୟାନ୍ତ ହୋଇଥିଲା ସ୍ପେଶାଲ୍‌ ସ୍କ୍ୱାଡ୍‌ । ୭ ତାରିଖ ସନ୍ଧ୍ୟାରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କୁ ଖବର ମିଳିଥିଲା ପିପିଲି ଥାନା ଦାସପାଟଣା ଅଞ୍ଚଳରେ ଅଭିଯୁକ୍ତମାନେ ଅଛନ୍ତି । ହେଲେ ଘରେ ନରହି ମନ୍ଦିର ଓ ବିଲରେ ଶୋଉଛନ୍ତି । ୮ ତାରିଖ ବିଳମ୍ବିତ ରାତିରେ ପୁଲିସ୍‌ ଦାସପାଟଣା ଯାଇଥିଲା । ସେ ସମୟରେ ୨ ଜଣ ଅଭିଯୁକ୍ତ ଏକ ମନ୍ଦିର ବେଢ଼ା ଭିତରେ ଶୋଇଥିଲେ । ଆଉ ଜଣେ ଜଗି ବସିଥିଲା । ପୁଲିସ୍‌କୁ ଦେଖି ସମସ୍ତେ ଦୌଡ଼ିବାକୁ ଲାଗିଲେ । ଦୀର୍ଘ ୩ କିଲୋମିଟର ଦୌଡ଼ିବା ପରେ କାଦୁଅ ବିଲରେ ପଶି ଯାଇଥିଲେ ୩ ଲୁଟେରା । ସ୍ପେଶାଲ୍‌ ସ୍କ୍ୱାଡ୍‌ ଟିମ୍‌ ଓ ଖାରବେଳନଗର ଥାନାର ଜଣେ ଏସ୍‌ଆଇ କାଦୁଅ ବିଲ ଭିତରେ ପଶି ସେମାନଙ୍କୁ ଧରିଥିଲେ । ୯ ତାରିଖ ଦିନ ତମାମ ଜେରା ପରେ ପୁଲିସ୍‌ ଏମାନଙ୍କ ଠାରୁ ସୁନା ଓ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଥିଲା ।

ବଡ଼ କଥା ହେଲା ସ୍ପେଶାଲ୍‌ ସ୍କ୍ୱାଡ୍‌ ପଞ୍ଝାରେ ଥିବା ସମୟରେ ଲୁଟେରା ବିଜୟ ନିଜକୁ ୱେବ୍‌ ପୋର୍ଟାଲ୍‌ ସାମ୍ବାଦିକ ବୋଲି ପରିଚୟ ଦେଇଥିଲା । ଜେଲ୍‌ରୁ ବାହାରିଲେ କମିଶନରେଟ୍‌ ପୁଲିସ୍‌କୁ ଦେଖି ନେବ ବୋଲି ଧମକ ଦେଇଥିଲା । ନଣ୍ଡା ୨୦୧୫ ମାର୍ଚ୍ଚରେ ଖଣ୍ଡଗିରି ଥାନା ଏମସ୍‌ ହସ୍ପିଟାଲ୍‌ ନିକଟରେ ଜଣେ ମହିଳାଙ୍କ ଗୋଡ଼କୁ ଗୁଳି କରି ଲୁଟ୍‌ପାଟ୍‌ କରିଥିଲା। ୨୦୧୯ ଶେଷ ଆଡ଼କୁ ସେ ଜାମିନରେ ଆସି ପୁଣି ଆରମ୍ଭ କରିଥିଲା ଲୁଟ୍‌ପାଟ୍‌ । ଗତ ଜୁଲାଇ ୧୩ ତାରିଖରେ ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ନର୍ସଙ୍କ ଠାରୁ ମଧ୍ୟ ନଣ୍ଡା ଲୁଟିଥିଲା ।