ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କ ସହ ଫେରାର୍ ଯୁବତୀ ୨ବର୍ଷ ପରେ ଘରକୁ ଫେରିଲେ! କୋଳରେ ଥିଲା ୧୧ମାସର ଶିଶୁ

ରାଜକୋଟ୍‌ – ୨ ବର୍ଷ ପରେ ଘରକୁ ଫେରିଲେ ଜଣେ ୧୯ ବର୍ଷିୟା ଯୁବତୀ । ପୁଣି କୋଳରେ ଥିଲା ୧୧ ମାସର ଶିଶୁ ।  ସେ ଜଣେ ଦୁଷ୍କର୍ମ  ଅଭିଯକ୍ତ ଶିକ୍ଷକଙ୍କ ସହ ଘରୁ ଫେରାର ହୋଇଯାଇଥିଲେ ।  ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ଘଟିଛି ଗୁଜରାଟର ସୁରେନ୍ଦ୍ରନଗର ସ୍ଥିତ ଚୋଟିଲା ଅଞ୍ଚଳରେ ।

 ସୂଚନା ମୁତାବକ , ଏହି ଯୁବତୀ ଜଣଙ୍କ ଗତ ଶନିବାର ଦିନ ନିଜ ଘରକୁ ସାଥିରେ ୧୧ ମାସର ଶିଶୁକୁ ଧରି ଫେରିଥିଲେ । ହଠାତ୍‌ ତାଙ୍କୁ ଏମିତି ଅବସ୍ଥାରେ ଦେଖି ଘର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯୁବତୀ ଜଣଙ୍କ ଧାଭଲ ତ୍ରିଭେଦି ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଫେରାର୍‌ ହୋଇଯାଇଥିଲେ । ଧାଭଲ ଜଣେ ଜଣାଶୁଣା ସ୍କୁଲରର ଶିକ୍ଷକ ଥିଲେ । ଯିଏକି ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜେଲ୍‌ ଯାଇଥିଲେ ।

ଏହାସହ ମଧ୍ୟ ପଢ଼ନ୍ତୁ – ଟଙ୍କା ଦେଲେ ମୋ ସ୍ତ୍ରୀ ସହ କଥା ହେବା ସହ ସେକ୍ସ ବି କରିପାରିବ … ! ସୋସିଆଲ ମିଡ଼ିଆରେ ଏମିତି ଅଫର ଦେଲା ସ୍ୱାମୀ

୨୦୧୨ ମସିହାରେ  ଧାଭଲ ତ୍ରିଭେଦି ଦୁଇ ଜଣ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିଲେ ଏବଂ ସେ ୨୦୧୪ରେ ଗିରଫ ହୋଇଥିଲେ ।  ଏହି ମାମଲାଟି ରାଜକୋଟ ସେସନ କୋର୍ଟରେ ପହଞ୍ଚିଥିଲା । ତ୍ରିଭେଦିଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ମିଳିଥିଲା । ତାଙ୍କୁ ଅଭିଯୁକ୍ତ ଘୋଷଣା ପରେ ରାଜକୋଟର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଥିଲା ।

 ଜେଲ୍‌ରୁ ମୁକ୍ତ ହେବାପରେ ନିଜର ପରିଚୟ ବଦଳାଇଥିଲେ –

୨୦୧୮ ମସିହା ଅଗଷ୍ଟରେ  ଧାଭଲ ତ୍ରିଭେଦି ଜେଲ୍‌ରୁ ପାରୋଲ୍‌ରେ ଆସିଥିଲେ । ଜେଲ୍‌ରୁ ମୁକ୍ତ ପରେ ଧାବଲ ନିଜର ପରିଚୟ ବଦଳାଇ ଦେଇଥିଲେ ଏବଂ ପୁଣି ଶିକ୍ଷକତା ଆରମ୍ଭ କରିଥିଲେ । ଏହାପରେ ସେ ଏହି ୧୯ ବର୍ଷିୟା ଯୁବତୀଙ୍କୁ ନିଜର ଶିକାର ବନାଇଥିଲେ । ସେ ସେହି ଯୁବତୀଙ୍କୁ ନେଇ ଦିଲ୍ଲୀ , ଉତ୍ତରାଖଣ୍ଡ , ଉତ୍ତର ପ୍ରଦେଶ ଆଦି ସ୍ଥାନକୁ ଯାଇଥିଲେ । କିଛି ଦିନ ପରେ ସେ ଉତ୍ତର ପ୍ରଦେଶର ଏକ ଗାଁରେ ଯାଇ ସେହି ଯୁବତୀଙ୍କ ସହ ରହିଥିଲେ ।

 ଯେତେବେଳେ ଯୁବତୀ ଜଣଙ୍କ ଧାବଲଙ୍କ ସହ ରହୁଥିଲେ , ତାଙ୍କ ସହ କଳହ ହୋଇଥିଲା ଏବଂ ଘରକୁ ଫେରିବାକୁ ସ୍ଥିର କରିଥିଲେ । ଆଉ ଏହି ଦୁଷ୍କର୍ମ ଅଭିଯୁକ୍ତ ଜଣଙ୍କ ଉକ୍ତ ଯୁବତୀଙ୍କର  ୧୧ ବର୍ଷର ଶିଶୁର ପିତା ବୋଲି କୁହାଯାଉଛି ।  ଯୁବତୀ ଜଣଙ୍କ ଫେରିବା ପରେ ପୁଲିସ୍‌ ସିବିଆଇକୁ ଜଣାଇଛି । ସିବିଆଇ ଧାବଲ ତ୍ରିବେଦିଙ୍କୁ ଖୋଜିବା ଆରମ୍ଭ କରିଛି ।

ଏହାସହ ମଧ୍ୟ ପଢ଼ି ପାରିବେ – ଲକ୍‌ ଡାଉନ୍‌ରେ ଅନ୍‌ଲାଇନ୍‌ରେ ଏହିପରି ଚାଲିଛି ସେକ୍ସ ! ମାଲାମାଲ୍‌ ଦେହଜୀବୀ

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ