PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମହଙ୍ଗା ପଡିଲା ଗର୍ଭବତୀ ମହିଳା କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିବା, ଏବେ କମ୍ପାନୀକୁ ଦେବାକୁ ହେବ ୬୬ ଲକ୍ଷ କ୍ଷତିପୂରଣ…

ଲଣ୍ଡନ: ଯେତେବେଳେ ଗର୍ଭବତୀ ମହିଳା ସକାଳର ଅସୁସ୍ଥତା ଦର୍ଶାଇ କମ୍ପାନୀରୁ ହେତୁ ଦୁଇ ସପ୍ତାହ ଛୁଟି ନେଇଥିଲେ, କମ୍ପାନୀ ତାଙ୍କୁ ବରଖାସ୍ତ କରିଥିଲା । ଏହି ଝଟକା ଯୋଗୁଁ ମହିଳାଙ୍କର ଗର୍ଭପାତ ହୋଇଥିଲା । ବର୍ତ୍ତମାନ କମ୍ପାନୀକୁ ଦାୟୀ କରି ଏକ ଲେବର ଟ୍ରିବ୍ୟୁନାଲ ଏହି ମହିଳାଙ୍କୁ ୬୫ ହଜାର ପାଉଣ୍ଡ ଅର୍ଥାତ ୬୬ ଲକ୍ଷ ୫୭ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦି ସନ୍‌ର ରିପୋର୍ଟ ଅନୁଯାୟୀ, ବ୍ରିଟେନର ମାୟା ଜିଓଗେଭ୍ ଜୁଲାଇ ୨୦୧୮ ରେ ମଞ୍ଚେଷ୍ଟରରେ ଥିବା ପର୍ସନାଲ ଇନ୍ସଲଭେନ୍ସି କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ଅଗଷ୍ଟ ୨୯ରେ, ସେ ସକାଳର ଅସୁସ୍ଥତା କାରଣରୁ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି । ଏହା ପରେ ସେ ଅଫିସ ଛାଡି ଘରୁ କାମ କରିବା ଆରମ୍ଭ କଲେ ।

ଯେତେବେଳେ ମାୟା ଜିଓଗିଭ୍ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ କମ୍ପାନୀରେ ପ୍ରୋବେସନ୍ ଅବଧିରେ ଥିଲେ । ସେ ତାଙ୍କର ଦୁଇ ସହକର୍ମୀଙ୍କୁ ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଏବଂ ଏହା ବିଷୟରେ କାହାକୁ ନ କହିବା ପାଇଁ କହିଥିଲେ । ଜିଓଗେଭ କହିଛନ୍ତି ଯେ ସେ ଭୟ କରୁଥିଲେ ଯେ କମ୍ପାନୀ ତାଙ୍କୁ ଚାକିରୀରୁ ବହିଷ୍କାର କରିଦେଇପାରେ । ପରେ ମହିଳା ଜଣକ ତାଙ୍କ ଅବସ୍ଥା ବିଷୟରେ ଏଚଆର ମୁଖ୍ୟ ସୁଜାନେ ଗ୍ରୀଭସଙ୍କୁ କହିଥିଲେ।

ମାୟା ଜିଓଗିଭ୍ ଅକ୍ଟୋବର ୮ ରେ, ତାଙ୍କ ପ୍ରୋବେସନ ପିରିୟଡର ଶେଷ ଦିନ କାମକୁ ଫେରିଥିଲେ । ଏଥି ସହିତ କମ୍ପାନୀର କନସଲ୍‌ଟିଂ ମ୍ୟାନେଜିଙ୍ଗ ଡାଇରେକ୍‌ଟର ଡାନିଏଲ ମୋରିସ ତାଙ୍କୁ ଏକ ବୈଠକ ଡାକିଥିଲେ । ସେଠାରେ ମୋରିସ୍ ତାଙ୍କୁ କାମକୁ ନ ଆସିବାର କାରଣ ପଚାରିଥିଲେ । ମାୟା ତାଙ୍କୁ କହିଥିଲେ ଯେ ସେ ଗର୍ଭବତୀ ଅଛନ୍ତି ।  ସେ ଅସୁସ୍ଥ କର୍ମଚାରୀଙ୍କୁ ଟଙ୍କା ଦେଇ ପାରିବେ ନାହିଁ ବୋଲି କହି ତାଙ୍କୁ ବରଖାସ୍ତ କରିଥିଲେ ଅଧିକାରୀ ।

ସମ୍ବନ୍ଧିତ ଖବର