ଅନ୍ୟ ଜାତିରେ ପ୍ରେମବିବାହ ପାଇଁ ମହିଳାଙ୍କୁ ମିଳିଲା ଦଣ୍ଡ, କାନ୍ଧରେ ବସି ସ୍ବାମୀକୁ ବୁଲାଇଲେ

ଭୋପାଳ,୧୪।୪: ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅନ୍ୟଜାତିରେ ଯୁବକକୁ ପ୍ରେମ କରୁଥିବା କାରଣରୁ ଜଣେ ମହିଳାଙ୍କ ମିଳିଛି କଠୋର ଦଣ୍ଡ। ଦଣ୍ଡ ସ୍ବରୂପ ସର୍ବସମ୍ମୁଖରେ ମହିଳାଜଣଙ୍କୁ ତାଙ୍କ ପ୍ରେମିକ ତଥା ସ୍ବାମୀଙ୍କୁ କାନ୍ଧରେ ବସାଇ ଚାଲିବାକୁ ପଡିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘଟଣାଟି ଭୋପାଳ ଠାରୁ ପ୍ରାୟ ୩୪୦ କିଲୋମିଟର ଦୂର ଝାବୁଆ ଜିଲ୍ଲାର ଦେବୀଗଡ ଗାଁରେ ଘଟିଛି। ଭାଇରାଲ ହୋଇଥିବା ଏହି ଭିଡିଓଟି ୩୩ ସେକେଣ୍ଡର ହୋଇଥିବା ବେଳେ ମହିଳା ଜଣକ ନିଜ ସ୍ବାମୀଙ୍କୁ କାନ୍ଧରେ ବସାଇ ଚାଲୁଛନ୍ତି। ତାଙ୍କ ଆଖପାଖରେ ଗାଁ ଲୋକମାନେ ମଜା ନେଉଥିବା ଦେଖିବାକୁ ମିଳୁଛି। ଏପରିକି କିଛି ଲୋକ ବଡ ପାଟି କରି ଚିଲାଉ ଥିବା ବେଳେ ଆଉ କିଛି ମହିଳାଙ୍କୁ ଦେଖି ହସିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ କିଛି ଲୋକ ମୋବାଇଲରେ ଏଭଳି ଲଜ୍ଜାଜନକ ଘଟଣାକୁ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି। କାନ୍ଧରେ ନିଜ ସ୍ବାମୀକୁ ବସାଇ ଖରାରେ ଚାଲିବା ମହିଳାଙ୍କ ପାଇଁ ଖୁବ୍ କଷ୍ଟକର ହୋଇପଡିଥିଲା। ଏପରିକି ଗୋଟିଏ ସ୍ଥାନରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। କିନ୍ତୁ କଷ୍ଟେମଷ୍ଟେ ନିଜକୁ ସମ୍ଭାଳି ପାରିଥିଲେ। ସ୍ଥାନୀୟ ପୋଲିସ ଏହି ମାମଲାରେ ସମ୍ପର୍କରେ ଜାଣିବା ପରେ ୨ ଜଣଙ୍କୁ ଗିରଫ କରିଛି। ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଛି।

   ସମ୍ବନ୍ଧିତ ଖବର


କରୋନା ଟିକା ପ୍ରସ୍ତୁତି ଦେଖିବେ ମୋଦି: ଶନିବାର ଦିନ ହାଇଦ୍ରାବାଦ, ପୁନେ ଓ ଅହମ୍ମଦାବାଦ ଯିବେ ପ୍ରଧାନମନ୍ତ୍ରୀ

ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ, ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବାକୁ ଅନୁମତି ମାଗିଲା ପୋଲିସ…

ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ