ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

ନୂଆଦିଲ୍ଲୀ – ପୁଣି  ଆଉ  ଏକ  ଚଳନ୍ତା  ବସ୍‌ରେ  ଗଣଦୁଷ୍କର୍ମ ଘଟଣା । ନିର୍ଭୟାକାଣ୍ଡର ପୁଣି ପୁନରାବୃତ୍ତି ।  ଜଣେ ମହିଳାଙ୍କୁ  ଗତ ଶୁକ୍ରବାର ଦିନ ସାରା ରାତି ଗଣଦୁଷ୍କର୍ମ କରାଯାଇଛି ଏବଂ ପରେ ଗାଡ଼ିରୁ ଫିଙ୍ଗି ଦିଆଯାଇଛି ।  ଏମିତି ଏକ ଲୋମହର୍ଷଣକାରୀ ଘଟଣା ଏବେ ସାମନା ଆସିଛି।

ଏହି  ଘଟଣା ଏବେ ମନେପକାଇ ଦେଇଛି ୨୦୧୨ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ।  ଜଣେ ୨୩ ବର୍ଷିୟା ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ୫ଜଣ ଲୋକ ଓ ଜଣେ ନାବାଳକ ମିଶି  ଗୁରୁତର ଭାବେ ଅତ୍ୟାଚାର କରିବା ସହ ଗଣଦୁଷ୍କର୍ମ  କରି ଗାଡ଼ିରୁ  ରାସ୍ତା କଡ଼କୁ ଫିଙ୍ଗି  ଦେଇଥିଲେ ।

ସୂଚନା ଯେ, ଗତ ମାସ ଭିତରେ ଏହା ହେଉଛି ଉତ୍ତର ପ୍ରଦେଶରେ ଏମିତି ୩ୟ ଘଟଣା, ଯେଉଁଠାରେ  ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ବସ୍‌ରେ  ଦୁଷ୍କର୍ମ କରାଯାଇଛି ।  ଆଉ ସେହି ବସ୍‌ର କର୍ମଚାରୀମାନେ ହିଁ ଏହି କାଣ୍ଡ କରିଛନ୍ତି । ଏହି ପୀଡ଼ିତା ଜଣଙ୍କ ହେଉଛନ୍ତିମୀରଟ ଜିଲ୍ଲାର ସର୍ଦ୍ଧନା ସହରର ।

ଶନିବାର ଦିନ  ମୀରଟର  ଦିଲ୍ଲୀ ରୋଡ୍‌ରେ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ   ଅଚେତ  ଅବସ୍ଥାରେ ପଡ଼ିଥିବାର  ଉଦ୍ଧାର  କରିଥିଲା ।  ମୀରଟ ଏସ୍‌ଏସ୍‌ପି  ଅଜୟ  ସାହାଣୀ  ସ୍ପଷ୍ଟ  କରିଛନ୍ତି ଯେ, ଅଭିଯୁକ୍ତଙ୍କୁ   ଧରିବାକୁ ପୁଲିସ୍‌  ଚେଷ୍ଟା  ଜାରିରଖିଛି । ଆଉ ସିସିଟିଭି  ଅଭିଯୁକ୍ତଙ୍କୁ ଧରିବାରେ  ସାହାଯ୍ୟ  କରିବ  ବୋଲି   କହିଛନ୍ତି  ସେ । ନିଜର  ପ୍ରତିକ୍ରିୟାରେ  ପୁଲିସକୁ ପୀଡ଼ିତା  ଜଣଙ୍କ  କହିଥିଲେ କି , ସେ ଶୁକ୍ରବାର  ରାତିରେ  ବୈଶାଳୀ  ବସ୍‌ ଷ୍ଟାଣ୍ଡରୁ  ବସ୍‌ରେ ଚଢ଼ିଥିଲେ।ସେହି ବସ୍‌ରେ ତାଙ୍କୁ ଥଣ୍ଡାପାନୀୟ ଦିଆଯାଇଥିଲା । ଏହାର କିଛି ସମୟ  ପରେ ସେ  ଚେତାଶୂନ୍ୟ  ହୋଇପଡ଼ିଥିଲେ । ଏହାପରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା ତାଙ୍କୁ ଗଣଦୁଷ୍କର୍ମ  କରିଥିଲେ ।

ଏହାସହ ମଧ୍ୟ ପଢ଼ିପାରିବେ – ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ