PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ରୋଷେଇ କରୁଥିଲେ ମହିଳା, ପ୍ରେସର କୁକରରୁ ସିଟି ବାହାରି ଅଚାନକ ଆଖିରେ ପଶିଗଲା

ରାଞ୍ଚି ୧୦/୯: ଆପଣ ରୋଷେଇ କରନ୍ତି କି ? ଯଦି କରନ୍ତୁ ତେବେ ଏହାକୁ ଧ୍ୟାନର ସହକାରେ ପଢନ୍ତୁ । ଯଦି ରୋଷେଇ କରନ୍ତିନାହିଁ ତେବେ ମଧ୍ଯ ଏଥିପାଇଁ ଧ୍ଯାନ ଦିଅନ୍ତୁ । ନିଜ ପାଇଁ ନହେଲେ ମଧ୍ଯ ପରିବାର ଲୋକଙ୍କ ପାଇଁ ଏହା ଅତି ଗୁରୁତ୍ବପୂର୍ଣ୍ଣ ।

ଝାରଖଣ୍ଡରେ ରହୁଥିବା ଥିବା ଜଣେ ମହିଳାଙ୍କ ସହିତ ଅତି ଭୟଙ୍କର ଅଘଟଣ ଘଟିଛି । ସେ ନିଜ କିଚେନରେ ରୋଷେଇ କରୁଥିଲେ । ପ୍ରେସର କୁକରରେ ଡାଲି ରନ୍ଧା ଚାଲିଥିଲା । କୁକର ଚେକ୍ କରିବା ପାଇଁ ସେ ଯେତେବେଳେ ସେହି ଆଗକୁ ନଇଁ ପଡିଛନ୍ତି ସେତେବେଳେ ଅଚାନକ କୁକର ଢାଙ୍କୁଣୀ ଖୋଲି ଗଲା ଏବଂ ସେଥିରେ ଲାଗିଥିବା ସିଟି ସିଧା ମହିଳାଙ୍କ ଆଖିରେ ପଶିଗଲା । ଏହି ଘଟଣା ମାତ୍ର କିଛି କ୍ଷଣ ଭିତରେ ଅଚାନକ ଘଟିଗଲା ।

ସିଟିଟି ଆଖି ଓ ମୁଣ୍ଡ ଭିତରେ ଥିବା ହାଡରେ ଫସି ରହିଗଲା । ମହିଳାଙ୍କୁ ତୁରନ୍ତ ରାଞ୍ଚିର ଏକ ପ୍ରାଇଭେଟ୍ ହସ୍ପିଟାଲ ନିଆଗଲା । ଡାକ୍ତରଙ୍କ ଏକ ଟିମ୍ ଅପରେସନରେ ଲାଗିଗଲେ । ଟିମରେ ଆଖି, ମୁଣ୍ଡ ଓ ଇଏନଟିର ସର୍ଜନ ସାମିଲ ଥିଲେ । ତୁରନ୍ତ ଅପରେସନ କରାଗଲା । ଅତି କଷ୍ଟରେ ମହିଳାଙ୍କ ଆଖିରେ ଫସିଥିବା ସିଟିକୁ ବାହାର କରାଗଲା । ସିଟି ବାହାର କରାଗଲା କିନ୍ତୁ ମହିଳାଙ୍କ ସବୁଦିନ ପାଇଁ ସେହି ଆଖିଟି ହରାଇଲେ ।

ଏହି ଅପରେସନରେ ଡାକ୍ତରଙ୍କ ଆଗରେ ସବୁଠାରୁ ବଡ ଚାଲେଞ୍ଜ ଥିଲା ସିଟିକୁ ବାହାର କରିବା । କାରଣ ଯଦି ସଠିକ୍ ସମୟରେ ସିଟି ବାହାର କରାଯାଇପାରିବ ନାହିଁ, ତେବେ ବ୍ରେନ୍ ଭିତରକୁ ଇମ୍ଫେକ୍ସନ ପହଞ୍ଚି ଯିବ । ତେବେ ଅପରେସନ ସଫଳ ହେଲା ଏବଂ ସେ ସୁରକ୍ଷିତ ଅଛନ୍ତି ।

ସମ୍ବନ୍ଧିତ ଖବର