ଥାନା ସାମ୍ନାରେ ମହିଳାଙ୍କୁ ନିର୍ମମ ହତ୍ୟା, ଅଭିଯୋଗ କରିବାକୁ ଆସୁଥିଲେ ଥାନା

ସମ୍ବଲପୁର,୧୯।୧ ସମ୍ବଲପୁର ଜିଲା କିସିଣ୍ଡା ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା | ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ | ମୃତ ମହିଳା ଜଣକ ହେଲେ ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର ।
ଲୋଇସିଂ ଗ୍ରାମର କୁମାରୀ ମେହେର ଓ ତାଙ୍କ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ପୂର୍ବରୁ କଳହ ଲାଗିଥିଲା। ଏ ସମ୍ପର୍କରେ କୁମାରୀ ମେହେର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ତେବେ ଅଭିଯୁକ୍ତ ଜଣକ ଥାନା ଆଗରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା। କୁମାରୀ ମେହେରଙ୍କ ମୃତଦେହ ଥାନା ସାମ୍ନାରେ ପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।