ମହିଳା ନିଜ ଘର କାନ୍ଥରେ କଲେ ଇମୋଜୀ ପେଣ୍ଟିଂ: ପଡୋଶୀ କହିଲେ ମୋତେ ଚିଡାଇବା ପାଇଁ କରିଛୁ, ଆଉ ତାପରେ…

ନୁଆଦିଲ୍ଲୀ ୨୦/୮: ଆମେରିକାର କାର୍ଲିଫର୍ନିଆରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ପଡୋଶୀଙ୍କୁ ଖୁସି କରିବା ପାଇଁ ଘର ବାହାର ପଟ କାନ୍ଥରେ ଅଲଗା ଅଲଗା ସ୍ମାଇଲୀ ପେଣ୍ଟ କରିଲେ କିନ୍ତୁ ଏବେ ଏହି ଇମୋଜୀ ପାଇଁ ଉଭୟଙ୍କ ମଧ୍ୟରେ ସବୁଦିନ ଝଗଡା ଲାଗୁଛି ।

କେଥରୀନ କୀଡ୍ ନାମକ ମହିଳାଙ୍କ କହିବାନୁସାରେ  ସେ ନିଜ ଘର ବାହାରେ ରଙ୍ଗବେରଙ୍ଗର ଇମୋଜୀ କରାଇଥିଲେ । ତାଙ୍କ ଉଦ୍ଦେଶ୍ୟ ଥିଲା ଯେ ଏହା ଫଳରେ ମନକୁ ଖୁସି ମିଳିବ । ତାଙ୍କ ପଡୋଶୀ ଯଦି କୌଣସି କାରଣରୁ ମନ ଦୁଃଖରେ ଥିବେ ତେବେ ସେ ଏହାକୁ ଦେଖିଲେ ଖୁସି ହୋଇଯିବେ । ସେ କୁହନ୍ତି ଯେ ତାଙ୍କ ପଡୋଶୀ ସବୁବେଳେ ଚିନ୍ତାରେ ରୁହନ୍ତି ଏବଂ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାନ୍ତି । ସେଥିପାଇଁ ସେ ଏହି ଇମୋଜୀ ପ୍ରସ୍ତୁତ କରିଥିଲେ । ଅବଶ୍ୟ ଏହାପରେ ମଧ୍ୟ ତାଙ୍କ ପଡୋଶୀ ଖୁସି ନାହାଁନ୍ତି ।

କେଥରିନଙ୍କ ପଡୋଶୀ ମହିଳା ସୁସେନ୍ ୱିଲେଡ୍ କୁହନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କର କେଥରିନଙ୍କ ସହ ଝଗଡା ହୋଇଥିଲା । ଏହାପରେ ସେ ତାଙ୍କୁ ଚିଡାଇବା ପାଇଁ ଘର ବାହାରେ ଇମୋଜୀ ବନେଇ ଦେଇଛନ୍ତି । ସୁସେନ୍ କୁହନ୍ତି ଯେ ଗୋଟିଏ ଇମୋଜୀ ମୁହଁରେ ତାଲା ଲଗାଇବାର ଇଶାରା ଦେଉଛି ଏବଂ ଅନ୍ଯଟି ମଜା ଉଡାଉଛି । ସେ ଜାଣିଶୁଣି ତାଙ୍କୁ ଚିଡେଇବା ପାଇଁ ଏଭଳି କରିଛନ୍ତି ।

ସୁସେନ କୁହନ୍ତି ଯେ ଯେବେଠାରୁ କେଥରିନ୍ ନିଜ ଘର କାନ୍ଥରେ ଇମୋଜି କରିଛନ୍ତି ସେବେଠାରୁ ସେ ନିଜ ଘରର ପରଦା ହଟାଇନାହାଁନ୍ତି । କାରଣ ଏହା ତାଙ୍କୁ ଅଧିକ ଚିଡାଇଲା ଭଳି ଲାଗୁଛି ଏବଂ ତାଙ୍କୁ ଭଲ ଲାଗୁନି ।

   ସମ୍ବନ୍ଧିତ ଖବର


ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ

ବାପା-ମାଆଙ୍କ ଭୋକଶୋଷର ମୂଲ୍ୟ ରଖିଲେ ପିଲା – ପାଠପଢ଼ି ସ୍ୱପ୍ନକୁ କଲେ ସାକାର