PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

୧୬୦ ଫୁଟ ଉଚ୍ଚତା ଉପରେ ଭିଡିଓ ବନାଉଥିଲେ ମହିଳା; ଅଚାନକ ଖସିଗଲା ପାଦ, ଆଉ ତା ପରେ…

ବେଜିଂ: ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଆକ୍ଟିଭ ରହିବା କ୍ରେଜରେ ଜଣେ ଚାଇନିଜ୍ ମହିଳା ଏବେ ପ୍ରାଣ ହରାଇଛନ୍ତି । ମହିଳା ଜଣକ ୧୬୦ ଫୁଟ ଉଚ୍ଚରେ ଏକ ଭିଡିଓ ତିଆରି କରୁଥିଲେ, ଯେତେବେଳେ ତାଙ୍କ ପାଦ ଖସିଗଲା ଏବଂ ସେ ତଳେ ପଡ଼ିଗଲେ । ଖସିପଡିଥିବା ବେଳେ ମହିଳାଙ୍କ ଫୋନ୍ ତାଙ୍କ ହାତରେ ଥିଲା । ଟାୱାର କ୍ରେନ୍ ଅପରେଟର ଭାବରେ କାର୍ଯ୍ୟ କରୁଥିବା ଏହି ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଦ ସନ୍‌ ରିପୋର୍ଟ ଅନୁଯାୟୀ ମୃତ ମହିଳା ଜିଆଓକ୍ୟୁମାଇ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଥିଲେ, ଯେଉଁଥିରେ ସେ ନିଜର ଦୈନନ୍ଦିନ ଜୀବନ ଏବଂ ବିଶାଳ କ୍ରେନର ଅପରେଟିଂ ସହ ଜଡିତ ଭିଡିଓ ପୋଷ୍ଟ କରୁଥିଲେ । ତାଙ୍କର ୧୦୦୦୦୦ ରୁ ଅଧିକ ଅନୁସରଣକାରୀ ମଧ୍ୟ ଅଛନ୍ତି । ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ମୃତ ବ୍ୟକ୍ତି ୧୬୦ ଫୁଟ ଉଚ୍ଚରେ ତାଙ୍କ ଭିଡିଓ ତିଆରି କରୁଥିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ ।

୨୩ ବର୍ଷୀୟା ମହିଳା ଦୁଇଟି ସନ୍ତାନର ମା ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ଅଧିକାଂଶ ସହକର୍ମୀ ଉକ୍ତ ସ୍ଥାନ ଛାଡିଥିଲେ, ଜିଆଓକିମି ଲାଇଭ୍ ଭିଡିଓ କରିବା ପାଇଁ ଏକ କ୍ରେନ୍ ଉପରକୁ ଚଢିଯାଇଥିଲେ ଏବଂ ତାଙ୍କ ପାଦ ସେଠାରୁ ଖସି ଯାଇଥିଲା । ତେବେ ପରିବାର ଲୋକ ଏହାକୁ ଅସ୍ୱୀକାର କରିଛନ୍ତି । ମୃତକଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ଝିଅ ତାଙ୍କ କାମ ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ ଏବଂ ଡ୍ୟୁଟିରେ ଥିବାବେଳେ ସେ ଭିଡିଓ କରିନଥିଲେ । ସମ୍ଭବତ କ୍ରେନରୁ ଓହ୍ଲାଇବା ସମୟରେ ତାଙ୍କ ପାଦ ଖସିଥାବା ଆଶଙ୍କା ହେଉଛି ।

ସମ୍ବନ୍ଧିତ ଖବର