PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଏସ୍‌ଆଇଙ୍କୁ କାମୁଡ଼ି ରକ୍ତାକ୍ତ କଲେ ମହିଳା ପ୍ରଫେସର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

Spectrum News

କଟକରୋଡ: ଲକ୍ଷ୍ମୀସାଗର ଥାନାର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏକ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ଏସ୍‌ଆଇ ପ୍ରିୟଦର୍ଶିନୀ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗୋଡକୁ କାମୁଡି ରକ୍ତାକ୍ତ କରିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପ୍ରଫେସ୍‌ର ଅଛନ୍ତି । ପୁଲିସ୍‌ ଉକ୍ତ ପ୍ରଫେସରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଶ୍ରୀମତୀ ବେହେରାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ କରାଯାଉଛି ।

ପୁଲିସ ଠାରୁ ମିଳିଥିବା ସୂଚନା ମୁତବାକ, ଚିନ୍ତାମଣୀଶ୍ୱର ଅଂଚଳରେ ଉକ୍ତ ମହିଳା ପ୍ରଫେସରଙ୍କ ଘର । ନୟାଗଡ ଅଞ୍ଚଳର ଜଣେ ଯୁବତୀ ତାଙ୍କ ଘରେ ଭଡ଼ାରେ ରହୁଥିଲେ । ତେବେ କୌଣସି କାରଣକୁ ନେଇ ଘର ମାଲିକାଣୀ ଓ ଭଡ଼ାରେ ରହୁଥିବା ଯୁବତୀଙ୍କ ମଧ୍ୟରେ ମତାନ୍ତର ଥିଲା । ସେ ଘର ଛାଡିବାକୁ ଯୁବତୀଙ୍କୁ କହିଥିଲେ । ତେବେ ମହାମାରୀ ସମୟରେ ଘର ମିଳିବା ସମ୍ଭବପର ନ ଥବାରୁ ତାଙ୍କୁ ଅଧିକ ସମୟ ଦେବାକୁ ଯୁବତୀ ଜଣଙ୍କ ମାଲିକାଣୀଙ୍କୁ କହିଥିଲେ ।

ତେବେ ଏଥିରେ ସଂପୃକ୍ତା ମହିଳା ଅରାଜି ହେବା ସହ ସୋମବାର ଯୁବତୀଙ୍କ ଘରୁ ବିଦ୍ୟୁତ ଓ ପାଣି ସଂଯୋଗ କାଟି ଦେଇଥିଲେ । ଏହାକୁ ନେଇ ମଙ୍ଗଳବାର ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରା ଯାଇଥିଲା । ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଘଟଣାର ତଦନ୍ତ ପାଇଁ ମହିଳା ପୁଲିସ ଏସଆଇ ଶ୍ରୀମତୀ ବେହେରା ସେଠାକୁ ଯାଇଥିଲେ । ତେବେ ପୁଲିସକୁ ଦେଖି ପ୍ରଫେସର ଜଣଙ୍କ ରାଗି ଯାଇ ଗାଳିଗୁଲଜ କରିଥିଲେ । ଏସଆଇ ଉକ୍ତ ପ୍ରଫେସରଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଥିଲାବେଳେ ସେ ଏସଆଇଙ୍କ ଚୁଟି ଟାଣି ଆକ୍ରମଣ କରିବା ସହ ମାଡିବସି ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ ।

ଏସଆଇଙ୍କୁ ଆକ୍ରମଣ ଦେଖି ଥାନା ଡ୍ରାଇଭର ଛଡାଇବାକୁ ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ । ଏପରିକି ଘଟଣାସ୍ଥଳକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣାପଡିଛି । କ୍ରମେ ଘଟଣା ଅଧିକ ଜଟିଳ ହେଉଥିବା ଦେଖି ଥାନାକୁ ସୂଚନା ଦିଆଯିବା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀ ସେଠାରେ ପହଞ୍ଚି ମହିଳା ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଆକ୍ରମଣ କରିଥିବା ମହିଳାଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ଘଟଣା ସଂକ୍ରାନ୍ତରେ ଯୁବତୀ ଓ ଏସଆଇଙ୍କ ଅଭିଯୋଗ କ୍ରମେ ଅଟକ ପ୍ରଫେସରଙ୍କ ନାମରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି । ଆସନ୍ତାକଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।