PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ମହିଳାଙ୍କୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ, ଷ୍ଟେସନ୍‌ ମାଷ୍ଟରଙ୍କ ନାଁରେ ଏତଲା

ଜୟପୁର ୩୦/୧୨: ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି) ଜୟପୁର ୟୁନିଟ୍‌ ଷ୍ଟେସନ ମାଷ୍ଟର ପ୍ରମୋଦ କୁମାର ସାହୁଙ୍କ ବିରୋଧରେ ଟଣାଓଟରା ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ମହିଳା ହେଲେ ସ୍ଥାନୀୟ ପାରାବେଡା ଅଞ୍ଚଳରେ ବିଷ୍ଣୁପ୍ରିୟା ସାହୁ । ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀ ସାହୁଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଆଇଆଇସି ତିଲୋତ୍ତମା ନାୟକ କହିଛନ୍ତି ।

ପୁଲିସ ସୂଚନା ଅନୁସାରେ, ବିଷ୍ଣୁପ୍ରିୟାଙ୍କ ସ୍ୱାମୀ ସତ୍ୟ ନାରାୟଣ ନାୟକ ଓଏସଆରଟିସିରେ ଡ୍ରାଇଭର ଭାବେ କାମ କରନ୍ତି । ବିଷ୍ଣୁପ୍ରିୟା ଉଜ୍ୱଳା ଯୋଜନାରେ କୋ-ଅର୍ଡିନେଟର ଅଛନ୍ତି । ଷ୍ଟେସନ ମାଷ୍ଟର ପ୍ରମୋଦ ନିଜ ସ୍ତ୍ରୀଙ୍କ ନାମରେ ଏକ ଗ୍ୟାସ୍‌ ସିଲିଣ୍ଡର କରିବାକୁ ବିଷ୍ଣୁପ୍ରିୟାଙ୍କୁ କହିଥିଲେ । ପ୍ରମୋଦ ଏହି ବିଷୟରେ ବୁଝାସୁଝା କରିବାକୁ ବିଷ୍ଣୁପ୍ରିୟାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ବିଷ୍ଣୁପ୍ରିୟା ଏହାକୁ ବିରୋଧ କରିଥିଲେ । ବିଷ୍ଣୁପ୍ରିୟାଙ୍କ ପାଟି ଶୁଣି ପଡ଼ିଶା ଲୋକେ ଆସିଯିବାରୁ ପ୍ରମୋଦ ସେଠାରୁ ପଳାଇ ଆସିଥିଲେ ।ଏ କଥା ପ୍ରଘଟ କଲେ ଅବା ପୁଲିସ୍‌ କେସ୍‌ କଲେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ହେଲେ ସତ୍ୟନାରାୟଣ ଓ ବିଷ୍ଣୁପ୍ରିୟା ଥାନାର ଦ୍ୱାରସ୍ଥ ହେବାରୁ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର