PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ମୃତ୍ୟୁ ପରେ ବି ଅମର, ବ୍ରେନଡେଡ ପରେ ୫ ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା

ନୂଆଦିଲ୍ଲୀ,୨୦।୫:ଅଙ୍ଗ ଦାନ ମହତ ଦାନ l ମୃତ୍ୟୁ ପରେ ବି ଅନ୍ୟମାନଙ୍କ ଜୀବନ ବଞ୍ଚାଇ ଦେଲେ ଦିଲ୍ଲୀର ଜଣେ ମହିଳା l ଚିକିତ୍ସା ବେଳେ ୪୩ ବର୍ଷୀୟା ଏହି ମହିଳାଙ୍କ ବ୍ରେନ ଡେଡ ହୋଇଯାଇଥିଲା l ପରିବାର ଲୋକ ମୃତ୍ୟୁ ଦୁଃଖ ଭୁଲି ଅଙ୍ଗଦାନ କରିବାର କଠିନ ନିଷ୍ପତ୍ତି ନେଇ ଥିଲେl ଯାହାଫଳରେ ୫ଜଣଙ୍କ ଜୀବନ ବଞ୍ଚି ଯାଇଛି l

ମହିଳାଙ୍କ ବ୍ରେନ ଡେଡ ପରେ ତାଙ୍କ ହାର୍ଟକୁ ଏମ୍ସରେ ଜଣେ ରୋଗୀଙ୍କୁ ଲଗଯାଇଛି l ତାଙ୍କ ଲିଭର ଓ ଗୋଟେ କିଡ଼ନୀ ଗଙ୍ଗାରାମ ହସ୍ପିଟାଲର ଦୁଇଟି ଅଲଗା ଅଲଗା ରୋଗୀଙ୍କୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି l ଗୋଟିଏ କିଡ଼ନୀ ଅନ୍ୟ ଏକ ପ୍ରାଇଭେଟ ହସ୍ପିଟାଲକୁ ଦିଆ ଯାଇଛି l

ପ୍ରବଳ ମୁଣ୍ଡ ବିନ୍ଧା ଓ ବାନ୍ତି କାରଣରୁ ଗତ ୨୦ ତାରିଖରେ ମହିଳା ଜଣକ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଥିଲେ l ତାଙ୍କୁ କରୋନା ହୋଇ ନଥିଲାl ଟେଷ୍ଟିଙ୍ଗ ପରେ ଜଣା ପଡିଥିଲା ତାଙ୍କର ସିଭିଅର ବ୍ରେନ ହାମରେଜ ହୋଇଛି l ଚିକିତ୍ସା ବେଳେ ମହିଳାଙ୍କ ବ୍ରେନ ଡେଡ ହୋଇ ଯାଇଥିଲା l ତାଙ୍କର ସ୍ୱାମୀ ଓ ୨୧ ବର୍ଷର ଝିଅ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ l