ଅସହ୍ୟ ହୋଇଗଲା ସ୍ୱାମୀର ନିର୍ଯାତନା : ଯେଉଁ ହାତ ଧରି ବାହା ହୋଇଥିଲେ ସେହି ହାତକୁ କାଟି ଅଲଗା କରିଦେଲା ସ୍ତ୍ରୀ

ଭଞ୍ଜନଗର ୨୨।୧୧ : ଅସହ୍ୟ ହୋଇଗଲା ସ୍ୱାମୀର ନିର୍ଯାତନା । ବର୍ଷ ବର୍ଷ ଧରି ସହି ଆସୁଥିବାବେଳେ ଗତକାଲି ଧୈର୍ଯ୍ୟ ହରାଇ ଥିଲେ ପତ୍ନୀ ବବି ପ୍ରଧାନ । ନିର୍ମମ ଭାବେ କାତିରେ ବବି ଚୋଟ ଚୋଟ ପକାଇଥିଲେ । ସ୍ୱାମୀ ଯେଉଁ ହାତ ଧରି ବାହା ହୋଇଥିଲେ ସେହି ହାତକୁ କାଟି ଅଲଗା କରିଦେଲେ । ଏଥିରେ ସାଥ୍‌ ଦେଇଥିଲେ ବବିର ଭାଇ ଜିତୁ ବଢ଼ାଇ । ପାରିବାରିକ ଝଗଡ଼ାର କରୁଣ ପରିଣତି ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଗୁରୁବାର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟ୍ଟାଧାର ଗ୍ରାମରେ ଦେଖିବାକୁ ମିଳିଥିଲା । ଆଉ ଜୀବନରୁ ମାରି ଦେବାପରେ ଉଭୟ ଭାଇ ଭଉଣୀ ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୁଲିସ ମୃତକଙ୍କ ମୃତଦେହ ସହ କଟା ଯାଇଥିବା ପାପୁଲିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ଦେଇଛି । ଏସଂପର୍କରେ ଜଗନ୍ନାଥପ୍ରସାଦ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଭାଇଭଉଣୀଙ୍କୁ କୋର୍ଟଚାଲାଣ କରାଯାଇଛି ।

ପୁଲିସ ସୂଚନା ପ୍ରକାରେ, ପଟ୍ଟାଧାର ଗ୍ରାମର ଟୁଲୁ ପ୍ରଧାନ(୪୦) ସହ ସେହି ଗ୍ରାମର ବବି ପ୍ରଧାନଙ୍କ ବାହାଘର ପାଖାପାଖି ୮ବର୍ଷ ତଳେ ହୋଇଥିଲା । ୬ବର୍ଷ ତଳେ ଏମାନଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଗୋଟିଏ ଗ୍ରାମ ହୋଇଥିବାରୁ ପ୍ରତି ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳିଗୋଳ ହେଲେ ବାପଘର କଥା ଉଠାଇ ଟୁଲୁ ଝଗଡ଼ା କରିଥାଏ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଅନେକ ସମୟରେ ଘଟିଛି । ଟୁଲୁ ଗାଁ ଛାଡି ଭୁବନେଶ୍ୱର ଯାଇ ସେଠାରେ ଅଟୋ ଡ୍ରାଇଭର ଭାବେ ନିଜର କର୍ମ ଜୀବନ ଆରମ୍ଭ କରିଥିଲା । ମଝିରେ ମଝିରେ ଗାଁକୁ ଆସିଲେ ପୁଣିଥରେ କଳିଝଗଡ଼ା ହେଉଥାଏ । ଗତକାଲି ଅର୍ଥାତ ବୁଧବାର ରାତିରେ ଟୁଲୁ ଭୁବନେଶ୍ୱରରୁ ଘରକୁ ଫେରିଥିଲା । ହେଲେ ଘରେ ପତ୍ନୀ ନଥିବା ଦେଖି ସେ ଗ୍ରାମରେ ଥିବା ତା ଶ୍ୱଶୁର ଘରକୁ ଯାଇଥିଲା । ମଦ ପିଇ ମାତାଲ ଅବସ୍ଥାରେ ସେଠାରେ ଟୁଲୁ ତାର ପତ୍ନୀ ବବିକୁ ନାନା ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲା ।

ଏଥିରେ ଟୁଲୁର ଶଳା ଜିତୁ ବଢ଼େଇ ହସ୍ତକ୍ଷେପ କରି ପାଟିତୁଣ୍ଡ ନକରି ଶାନ୍ତିରେ ବସି ଖିଆପିଆ କରିବାକୁ ବାରମ୍ବାର କହିବା ସତ୍ତେ୍ୱ ଟୁଲୁ କିନ୍ତୁ ଗାଳିଗୁଲଜ ଜାରି ରଖିଥିଲା । ଉତ୍‌କ୍ଷିପ୍ତ ହୋଇ ବବି ରାଗରେ ଏକ କାତିରେ ସ୍ୱାମୀକୁ ଆକ୍ରମଣ କରିଥିଲା । ଆଉ ତାସହ ମିଶିଯାଇ ଶଳା ଜିତୁ ମଧ୍ୟ ତାର ଭଉଣୀକୁ ସହାୟତା କରିଥିଲା । ଉଭୟ ମିଶି ଟୁଲୁକୁ ଅତ୍ୟନ୍ତ ନିର୍ମମ ଭାବେ କାତିରେ ହାଣି ପକାଇଥିଲେ । ଏମାନଙ୍କ ରାଗ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଉଭୟ ମିଶି ଟୁଲୁର ଡାହାଣ ହାତରୁ ପାପୁଲିକୁ ସଂପୂର୍ଣ୍ଣ ଅଲଗା କରିଦେଇଥିଲେ । ଟୁଲୁର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଟୁଲୁ ମରିଯିବା ଜଣାପଡ଼ିବା ପରେ ପତ୍ନୀ ବବି ଓ ଶଳା ଜିତୁ ସାମାନ୍ୟ ହଡ଼ବଡ଼େଇ ଯାଇଥିଲେ । ସେମାନେ ଉପାୟଶୂନ୍ୟ ହୋଇ ରାତିରେ ହିଁ ଜଗନ୍ନାଥପ୍ରସାଦ ଥାନାରେ ଆତ୍ମସମର୍ପଣ କରି ସବୁ ସତ ଉଗାଳିଥିଲେ । ପୁଲିସ ପଟ୍ଟାଧାର ଗ୍ରାମରେ ପହଞ୍ଚି ଟୁଲୁର ଶବ ସହ ତାର କଟା ପାପୁଲି ଓ ହତ୍ୟାରେ ବ୍ୟବହୃତ କାତିକୁ ଜବତ କରିଛି । ଗୁରୁବାର ଟୁଲୁର ଶବ ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଉଭୟ ବବି ପ୍ରଧାନ ଓ ତାର ଭାଇ ଜିତୁ ବଢେଇଙ୍କୁ ଗିରଫ କରାଯାଇ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି ।

   ସମ୍ବନ୍ଧିତ ଖବର


ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଜୈବିକ ଉପାୟରେ କଳାଧାନ ଚାଷ କଲେ ଯୁବ ଇଞ୍ଜିନିୟର: କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଦେଲେ ଉପକାରୀ ଆହାର, ହେଲେ ଆଦର୍ଶ

ସୁନ୍ଦରୀ ସମ୍ପର୍କରେ ରିପୋର୍ଟ ମାଗିଲେ ମଧ୍ୟପ୍ରଦେଶ ହାଇକୋର୍ଟ: ଓଡ଼ିଶାର ପକ୍ଷ ରଖିବେ ସାତକୋଶିଆ ଡିଏଫ୍‌ଓ

ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର: କେନ୍ଦ୍ରର ଦେଲେ ସବୁଜ ସଙ୍କେତ,୧୫ ହଜାର ବେକାର ପାଇବେ ନିଯୁକ୍ତି

‘ପ୍ରମେୟ’ ପ୍ରତିନିଧିଙ୍କୁ ପୁଲିସ ହାଜତରେ ଥାର୍ଡ ଡିଗ୍ରୀ: ଏନ୍‍ଏଚ୍‍ଆର୍‌ସିରେ ମାମଲା, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିସନ୍‌ଙ୍କ ନିର୍ଦ୍ଦେଶ

କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ଦକ୍ଷିଣ ଓଡ଼ିଶା ଲିଙ୍କ୍ ମିଳିବା ପରେ ଗଞ୍ଜାମରେ ଚଢ଼ଉ କରୁଛି କଟକ ପୁଲିସ ସ୍ବତନ୍ତ୍ର ଟିମ୍,ଚାଲିଛି ଜୋରଦାର ଛାନ୍‌ଭିନ୍‌