
ନୂଆଦିଲ୍ଲୀ,୧୩।୧: କରୋନା ଭାଇରସ୍ କଟକଣାରୁ ରକ୍ଷା ପାଇବା ପାଇଁ ଜଣେ ମହିଳା ଅଦ୍ଭୁତ କାରନାମା କରିଛନ୍ତି। ସେ ନିଜର ସ୍ବାମୀକୁ କୁକୁର ଭଳି ରଶିରେ ବାନ୍ଧି ବାହାରକୁ ବୁଲିବାକୁ ବାହାରି ପଡିଥିଲେ। ତେବେ ମହିଳାଙ୍କ ଏହି କାର୍ଯ୍ୟକଳାପ ପାଇଁ ତାଙ୍କୁ ଜୋରିମାନା ଦେବାକୁ ପଡିଛି। ଏହି ଘଟଣା କାନାଡାର କ୍ୟୁବେକ ରାଜ୍ୟରେ ଘଟିଛି। ଶନିବାର ରାତିରେ ୨୪ ବର୍ଷୀୟ ଏହି ମହିଳା ଜଣକ ନିଜର ୪୦ ବର୍ଷୀୟ ସ୍ବାମୀଙ୍କ ବେକକୁ କୁକର ଭଳି ରଶିରେ ବାନ୍ଧି ବୁଲିବାକୁ ଯାଇଥିଲେ।
News from Quebec:
— Kelly Greig (@KellyGreig) January 11, 2021
I just confirmed with Sherbrooke police that a husband and wife were fined for walking after curfew with the man on a leash. The officer told me her defense was she is allowed to walk a dog after curfew.
They were fined $1500 each.@CTVMontreal @CTVNews
କ୍ୟୁବେକରେ କରୋନା କାରଣରୁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି, ତେବେ ସେ କୁକୁରକୁ ବୁଲାଇବା ପାଇଁ ଛାଡ ରହିଛି। ତେଣୁ ମହିଳା ଜଣକୁ ଯେତେବେଳେ ପୋଲିସ ଧରିଥିଲା ସେ କହିଥିଲେ କୁକୁର ବୁଲାଇବାକୁ ଆଣିଥିଲି। ପରେ ପୋଲିସ ସ୍ବାମୀ-ସ୍ତ୍ରୀଙ୍କ ଉପରେ ୧୫୦୦ ଡଲାର ଲେଖାଏଁ ବା ଭାରତୀୟ ମୂଲ୍ୟ ଅନୁସାରେ ୨ ଲକ୍ଷ ପାଖାପାଖି ଟଙ୍କା ଜୋରିମନା ଦେବାକୁ ପଡିଛି। ସ୍ଥାନୀୟ ପୋଲିସର କହିବା ଅନୁସାରେ, ଧରାପଡିବା ପରେ ଏହି ଦମ୍ପତ୍ତି ନିଜର ଭୁଲ ସ୍ବୀକାର କରିନଥିଲେ,କିନ୍ତୁ ଜୋରିମାନା ଦେଇଥିଲେ। କାନାଡାର କ୍ୟୁବେକରେ ରାତିରେ ଘରୁ ବାହାରିବା କାରଣରୁ ପୋଲିସ ଏପର୍ଯ୍ୟନ୍ତ ୭୫୦ ଚାଲାନ କାଟି ସାରିଛି।