ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ନୂଆଦିଲ୍ଲୀ, ୩୧/ ୧୦: କରୋନା କବଳରେ ଆଉ ଜଣେ ଅନ୍ତର୍ଜାତୀୟ ଖେଳାଳି। ବିଶ୍ବର ୨ ନମ୍ବର ଟେନିସ୍‌ ଖେଳାଳି ସିମୋନା ହାଲେପ କରୋନା ପଜିଟିଭ ଚିହ୍ନଟ। ଏନେଇ ସେ ନିଜେ ଟ୍ବିଇଟ କରି ସୂଚନା ଦେଇଛନ୍ତି।

ସେ ଟ୍ବିଇଟ କରି କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ବର୍ତ୍ତମାନ ହୋମ ଆଇସୋଲେସନ୍‌ରେ ରହିଛି । ମୁଁ ଶୀଘ୍ର ସୁସ୍ଥ ହେଉଛି ଆଉ ଭଲରେ ଅଛି ବୋଲି ସେ ଲେଖିଛନ୍ତି।

ନିଜ ଟେନିସ୍‌ କ୍ୟାରିୟରରେ ପ୍ରଥମଥର ପାଇଁ ଇଟାଲିଆନ୍‌ ଅପନ୍‌ ଟ୍ରଫି ଜିତିଥିବା ରୋମାନିଆ ର ସିମୋନା ହାଲେପ ଯଦି ଫ୍ରେଞ୍ଜ ଅପନ ଟ୍ରଫି ନିଜ ନାମରେ କରିଥାନ୍ତେ। ତେବେ ସେ ଦୁନିଆର ଏକ ନମ୍ବର ମହିଳା ଟେନିସ୍‌ ଖେଳାଳି ହୋଇ ଥାଆନ୍ତେ।