କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

ଅଗରତାଲା, ୨୯/ ୧୦: ପୁରୁଣା ପ୍ରେମିକ ଉପରେ ଏସିଡ ମାଡ କଲେ ୨୭ ବର୍ଷୀୟ ମହିଳା। ତ୍ରିପୁରାର ଖୋଓ୍ବାଇ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏସିଡ ମାଡ କରିଥିବା ମହିଳାଙ୍କୁ ବୁଧବାର ଦିନ ଗିରଫ କରିଛି ସ୍ଥାନୀୟ ପୋଲିସ୍।

ପୋଲିସ୍‌ ସୂଚନା ମୁତାବିକ, ବେଲେଚରା ଗ୍ରାମର ୨୭ ବର୍ଷୀୟ ମହିଳା ତାଙ୍କ ପୂର୍ବତନ ପ୍ରେମିକକୁ ଏସିଡ ମାଡ କରିଛନ୍ତି। ମହିଳାଙ୍କ ସହ ପୁରାତନ ପ୍ରେମିକ ଫୋନରେ କଥା ହେବାକୁ ମନା କରିବାରୁ ମହିଳା ଜଣଙ୍କ ଅକ୍ଟୋବର ୧୯ ତାରିଖରେ ଏସିଡ ମାଡ କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି।

ଆହତ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଜିବି ପାଣ୍ଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅପରପପକ୍ଷେ ଆହତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଉକ୍ତ ମହିଳାଙ୍କ ନାମରେ ଖୋଓ୍ବାଇ ଥାନାରେ ଏତଲା ଦିଆଯାଇଛି। ମହିଳା ଜଣଙ୍କୁ ଗିରଫ କରି ପୋଲିସ୍‌ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରଖିଛି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ