PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

୧୦୦ରୁ ଅଧିକ ପୁରୁଷଙ୍କ ସହିତ ମହିଳାଙ୍କର ରହିସାରିଛି ପ୍ରେମ ସମ୍ପର୍କ,ଏଥିପାଇଁ ନିଜକୁ ନୁହେଁ ‘ଚିଟିଂ ଜିନ୍’କୁ କଲେ ଦାୟୀ

ଲଣ୍ଡନ,୨୨।୧୨: ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖିବା ହେଉଛି ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କର ବଡ ସଉକ୍। ୪୭ ବର୍ଷୀୟ ଗ୍ବେନିଥ୍ ଲି ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରଖିସାରିଛନ୍ତି। ତେବେ ଏଥିପାଇଁ ମହିଳା ଜଣକୁ ନିଜକୁ ଦୋଷ ନଦେଇ ଦୋଷ ଦେଇଛନ୍ତି ନିଜର ଜିନକୁ। ସେ କହିଛନ୍ତି, ତାଙ୍କର ‘ଚିଟିଙ୍ଗ ଜିନ୍’ ବା ଠକିବାର ଜିନ୍ ହୋଇଥିବା କାରଣରୁ ଏପର୍ଯ୍ୟନ୍ତ ୧୦୦ ଜଣ ବିବାହିତ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ଏହି ମହିଳାଙ୍କର କହିବା ଅନୁସାରେ, ତାଙ୍କର ବାପା-ମାଙ୍କର ମଧ୍ୟ ’ଚିଟିଙ୍ଗ ଜିନ୍’ ରହିଥିଲା। ଏହି କାରଣରୁ ତାଙ୍କ ଭିତରେ ଏଭଳି ଗୁଣ ରହିଛି।

ସେଭଳି ଏକ ଷ୍ଟଡିରୁ ଜଣାପଡିଛି ଯେ, ଯଦି କାହାର ବାପା-ମାଙ୍କ ଭିତରୁ ଯଦି କେହି ବିଶ୍ବସ୍ଥ ନଥାନ୍ତି କିମ୍ବା ପ୍ରେମରେ ଧୋକା ଦେବାର ଗୁଣ ରହିଥାଏ ତେବେ ତାଙ୍କର ପିଲା ମଧ୍ୟ ସେଭଳି ହେବାର ସମ୍ଭାବନା ଖୁବ ଅଧିକ ରହିଛି। ଇଲିସିଟ୍ ଏନକାଉଣ୍ଟର୍ସର ଷ୍ଟଡି ଅନୁସାରେ, ଦୁଇ-ତୃତୀୟାଂଶ ମହିଳାଙ୍କ ମାମଲାରୁ ଜଣାପଡିଥାଏ ଯେ, ତାଙ୍କର ବାପା-ମା ମଧ୍ୟ ଚିଟିଂ କରିଥଲେ।

ଗ୍ବିନିଥଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବିବାହିତ ପୁରୁଷଙ୍କ ସହିତ ଡେଟିଂ କରିବା ଆରମ୍ଭ କରିଥିଲେ। ମହିଳା ଜଣକ କହିଛନ୍ତି ଯେ, ତାଙ୍କର ବହୁ ପ୍ରେମିକଙ୍କ ବାପା-ମା ମଧ୍ୟ ଏଭଳି ଚିଟର ଥିଲେ। ଚିଟିଂକୁ ନେଇ ବାପାର ପ୍ରଭାବ ପୁଅ ଉପରେ ଓ ମା’ଙ୍କ ପ୍ରଭାବ ଝିଅ ଉପରେ ଅଧିକ ଦେଖାଯାଇଥାଏ। ଷ୍ଟଡିରେ ସାମିଲ କରାଯାଇଥିବା ଅଧା ପୁରୁଷମାନେ ରାଜି ହୋଇଥିଲେ ଯେ, ତାଙ୍କର ବାପା ମଧ୍ୟ ସମ୍ପର୍କରେ ଚିଟିଂ କରୁଥିଲେ।

ସମ୍ବନ୍ଧିତ ଖବର