ଦେଶରେ ଦ୍ୱିତୀୟ କରୋନା ମୃତ୍ୟୁ ; ଦିଲ୍ଲୀରେ ୬୯ ବର୍ଷିୟ ମହିଳାଙ୍କ ଜୀବନ ନେଲା COVID-19

ନୂଆଦିଲ୍ଲୀ ୧୩-୦୩ : କରୋନାକୁ ନେଇ ଚାରିଆଡ଼େ ଭୟଙ୍କର ବାତାବରଣ ଖେଳିଯାଇଥିବା ବେଳେ । ଏବେ ଆସିଛି ଏକ ଖବର । ଦେଶରେ ଦ୍ୱିତୀୟ କରୋନା ମୃତ୍ୟୁ ଭାବେ ୬୯ ବର୍ଷିୟା ଜଣେ ମହିଳାଙ୍କର ଜୀବନ ନେଇଛି ଏହି ମହାମାରୀ ।

ସୂଚନା ମୁତାବକ, ମହିଳାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ତାଙ୍କର କରୋନା ଭାଇରସ୍‌ କୋଭିଡ-୧୯ ପରୀକ୍ଷଣରେ ପଜିଟିଭ୍ ଥିଲା ବୋଲି ରିପୋର୍ଟ ଆସିଛି । ମହିଳାଙ୍କୁ ରାମ ମନୋହର ଲୋହିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମୃତା ମହିଳାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ଏହା ପୂର୍ବରୁ ଗୁରୁବାର ଦିନ କର୍ଣ୍ଣାଟକରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଭାରତରେ ଏବେ ସୁଦ୍ଧା କରୋନା ୨ଟି ମୁଣ୍ଡ ନେଇଛି ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…