PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

Oyo ହୋଟେଲ ରୁମରୁ ମହିଳାଙ୍କ ମୃତଦେହ ଉଦ୍ଧାର, ୨ ଯୁବକଙ୍କ ସହ କରିଥିଲେ ଚେକ୍ ଇନ୍

ଗୁରୁଗ୍ରାମ ୧।୧: ହରିୟାଣାର ଗୁରୁଗ୍ରାମ ସେକ୍ଟର ୪୭ରେ ଓୟୋ ଟାଉନହାଉସ୍ ହୋଟେଲ ରୁମ ନମ୍ବର ୪୦୩ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଛି। ମିଳିଥିବା ସୂଚନାନୁସାରେ, ଯୁବତୀ ଜଣଙ୍କ ଗୋଟିଏ ଦୁଇ ଦିନ ପୂର୍ବରୁ ଦୁଇ ଜଣ ଯୁବକଙ୍କ ସହିତ ହୋଟେଲରେ ଚେକ୍ ଇନ୍ କରିଥିଲେ। କିନ୍ତୁ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ମହିଳାଙ୍କ ମୃତ ଦେହ ହୋଟେଲ ରୁମ୍ ଭିତରୁ ଉଦ୍ଧାର କରାଯାଇଛି।

ପୋଲିସ କହିବାନୁସାରେ, ଏହି ଖବର ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମହିଳା ଜଣକ ରୁମକୁ ଭିତର ଆଡୁ ବନ୍ଦ ରଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ମହିଳାଙ୍କ ମୃତ ଦେହ ହୋଟେଲ ରୁମ୍ ଭିତରୁ ଉଦ୍ଧାର କରିଥିଲା।

ତେବେ ମୃତକ ମହିଳା ଜଣଙ୍କ ବିବାହିତା ଓ ତାଙ୍କର ୯ ବର୍ଷର ଜଣେ ଶିଶୁ ପୁତ୍ର ଅଛି। ମୃତକ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ କି, ତାଙ୍କ ପତ୍ନୀଙ୍କୁ କେହି ହତ୍ୟା କରିଛନ୍ତି। ଗୁରୁଗ୍ରାମ ପୋଲିସ ମୃତକଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ମହିଳା ଗୁରୁଗ୍ରାମରେ  ହୁଣ୍ଡାଇ କାର କମ୍ପାନିର ସୋରୁମରେ କାମ କରୁଥିଲେ।

ସମ୍ବନ୍ଧିତ ଖବର