PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ମୁଣ୍ଡ କାଟି ଆଠ କି.ମି. ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କଲା ପିଶାଚ ସ୍ବାମୀ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

ଅସ୍ତରଙ୍ଗ୨୬|୮: ସ୍ବାମୀ ପାଲଟିଗଲା ପିଶାଚ। ଚରିତ୍ରକୁ ସନ୍ଦେହ କରି ଶେଷରେ ନିଜ ସ୍ତ୍ରୀର ମୁଣ୍ଡ ଓ ଗଣ୍ଡି କରିଦେଲା ଅଲଗା ଅଲଗା। ସେତିକିରେ ଭରିଲା ନାହିଁ ମନ। ନିଜ ସ୍ତ୍ରୀର କଟା ମୁଣ୍ଡକୁ ଧରି ଆଠ କିଲୋମିଟର ଚାଲି ଚାଲି ଯାଇ ଥାନାରେ ଆତ୍ମସମର୍ପଣ କରିଲା ପିଶାଚ ସ୍ବାମୀ।  ଥାନାରେ ପହଞ୍ଚିବା ଘଟଣାରେ ଆସିଲା ଏକ ନୂଆ ମୋଡ। ଏଭଳି ନିନ୍ଦନୀୟ ଘଟଣା ଘଟିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଁହା ଗାଁରେ।

ପୋଲିସ ନିକଟରେ ଦାଖଲ ଲିଖିତ ଅଭିଯୋଗରେ ସେ କହିଛନ୍ତି ଯେ, ୮ ବର୍ଷ ତଳେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଁହା ଗାଁର ହାଡିବନ୍ଧୁଙ୍କ ପୁଅ ଗଣେଶ ବେହୁରାଙ୍କ ସହ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କ ବିବାହ ହୋଇଥିଲା । ବିବାହର ୫-୬ମାସ ପରଠୁ ଦେଢ ଲକ୍ଷ ଟଙ୍କା ଯୌତୂକ ଆଣିବା ପାଇଁ ଅନ୍ନପୂର୍ଣ୍ମାଙ୍କ ଉପରେ ସ୍ବାମୀ ଗଣେଶ, ଶ୍ବଶୂର ହାଡିବନ୍ଧୁ ବେହୁରା, ଶାଶୂ, ୨ ଦେଢଶୁର ଏବଂ ଯାଆମାନେ ଚାପ ପକାଇ ଆସୁଥିଲେ ଓ ଏଥିପାଇଁ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ତେବେ ଅନ୍ନପୂର୍ଣ୍ଣା ସବୁ ସହିଯାଉଥିଲେ । କାରଣ ସେ ନିଜ ବାପ ଘରକୁ ଅସୁବିଧାରେ ପକାଇବାକୁ ଚାହୁଁ ନଥିଲେ ।

ବିବାହର ୭ ବର୍ଷ ପରେ ଏକ ପୁତ୍ର ସନ୍ତାନର ଜନ୍ମ ହୋଇଥିଲା । ଏହି ସନ୍ତାନକୁ ଏବେ ବର୍ଷେ ୫ମାସ ହୋଇଛି । ତେବେ ପୁତ୍ର ସନ୍ତାନ ଜନ୍ମ ହେବାପରେ ନିର୍ଯ୍ୟାତନା ଆହୁରି ବଢିଯାଇଥିଲା । ଏଥିପାଇଁ ଗତ କିଛିଦିନ ତଳେ ଅନ୍ନପୂର୍ଣ୍ଣା ନିଜ ବାପ ଘରକୁ ଚାଲିଯାଇଥିଲେ ।

ଅଗଷ୍ଟ ୧୯ତାରିଖ ଦିନ ଉଭୟ ପରିବାର ଭଦ୍ରଲୋକଙ୍କ ଉପସ୍ଥିତିରେ ସଭା କରି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ସଭାର ନିଷ୍ପତ୍ତି ଅନୁସାରେ ୨୧ ତାରିଖ ଦିନ ପ୍ରଶାନ୍ତ ନିଜ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ଶ୍ବଶୁର ଘରେ ଛାଡି ଆସିଥିଲେ । ତେବେ ଗତକାଲି ଅର୍ଥାତ ରବିବାର ରାତି ୧୧ଟା ୫ମିନିଟରେ ସ୍ବାମୀ, ଶ୍ବଶୁର, ଶାଶୂ, ଦେଢଶୁର ଓ ଯାଆମାନେ ମିଶି ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅନ୍ନପୂର୍ଣ୍ଣାଙ୍କ ସ୍ବାମୀ ଗଣେଶ ବେହୁରା ଗତକାଲି ସ୍ତ୍ରୀକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଆଠ କିଲୋମିଟର ଚାଲିବା ପରେ ଅସ୍ତରଙ୍ଗ ଥାନାରେ ପହଞ୍ଚିଥିଲେ । ଏହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସ୍ତ୍ରୀ ପରପୁରୁଷ ସହ ସମ୍ପର୍କ ରଖୁଥିଲା ସେଥିପାଇଁ ସେ ତାର ବେକ କାଟି ଦେଇଛି ବୋଲି ପୋଲିସକୁ କହିଥିଲା ଗଣେଶ । ପୋଲିସ କଟା ମୁଣ୍ଡ ଜବତ କରିବା ସହ ଗଣେଶକୁ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଛି । ପୋଲିସ ଗଣେଶକୁ ଅଟକ ରଖି ଘଟଣାର ଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଗଣେଶର ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।  

ମିଳିଥିବା ସୁଚନାନୁସାରେ, ଅଭିଯୁକ୍ତ ଗଣେଶ ଚେନ୍ନାଇରେ କିଛି ବ୍ୟବସାୟ କରୁଥିଲା । ସାଙ୍ଗରେ ସ୍ତ୍ରୀ ଅନ୍ନପୂର୍ଣ୍ଣା ମଧ୍ୟ ରହୁଥିଲେ । ତେବେ କିଛିଦିନ ହେଲା ଉଭୟ ଚେନ୍ନାଇରୁ ଗାଁ କୁ ଫେରିଆସିଥିଲେ । ଗାଁରେ ରହୁଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳି ଝଗଡା ଓ ମାର ପିଟ ହୋଇଆସୁଥିଲା ।

ମୁଖ୍ୟତଃ ଅନ୍ନପୂର୍ଣ୍ଣାଙ୍କ ଚରିତ୍ରକୁ କେନ୍ଦ୍ର କରି ଏଭଳି ଅଶାନ୍ତି ଲାଗି ରହିଥିଲା ବୋଲି ଅଭିଯୁକ୍ତ ଗଣେଶ ପୋଲିସକୁ କହିଛି।  ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବା ଗତକାଲି ରାତିରେ ବିସ୍ଫୋରକ ରୂପ ନେଇଥିଲା । ଗଣେଶ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅନ୍ନପୂର୍ଣ୍ଣାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଇଥିଲା । କେବଳ ସେତିକି ନୁହେଁ କଟାମୁଣ୍ଡକୁ ଏକ ବ୍ୟାଗରେ ପୂରାଇ ସାଇକଲ ଯୋଗେ ଦୀର୍ଘ ୮କିଲୋମିଟର ଦୂରରେ ଥିବା ଅସ୍ତରଙ୍ଗ ଥାନାରେ ପହଞ୍ଚିଥିଲା ।

ଥାନା ବାରଣ୍ଡାରେ କଟା ମୁଣ୍ଡଥିବା ବ୍ୟାଗଟିକୁ ରଖି ଦେଇ ଗଣେଶ ନିକଟସ୍ଥ ଏକ ନଳକୂଅରେ ଧୁଆ ଧୁଇ ହୋଇଥିଲା । କାରଣ ଗଣେଶର ଦେହ ସାରା ରକ୍ତ ଛିଟା ଲାଗିଥିଲା । ଏତିକି ବେଳେ ପୋଲିସ ପଚାରିଥିଲେ ଯେ, ଘଟଣା କଣ ଓ ସେ ବେଗରେ କଣ ରଖିଛି । ଗଣେଶ କହିଥିଲା ଯେ, ଆଜି ତାକୁ ଶାନ୍ତି ମିଳିଲା ଓ ସେ ନ୍ୟାୟ ପାଇଛି । ତାପରେ ସେ ପୋଲିସକୁ ବ୍ୟାଗରେ ଥିବା କଟା ମୁଣ୍ଡ ଦେଖାଇଥିଲା । ପୋଲିସ ଏହା ଦେଖି ଚମକି ପଡିଥିଲା । ଗଣେଶ ଠାରୁ କଟା ମୁଣ୍ଡଟି ଜବତ କରିବା ସହ ଗଣେଶକୁ ଅଟକ ରଖିଥିଲା ।

ଅନ୍ନପୂର୍ଣ୍ଣାଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ତାଙ୍କ ଉଉଣୀର ଚରିତ୍ରକୁ ସନ୍ଦେହ କରି ନୁହେଁ, ବରଂ ଯୌତୁକ ପାଇଁ ତାକୁ ହତ୍ୟା କରାଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ଭାଇ ପ୍ରଶାନ୍ତ କୁମାର ସାହୁ ଅସ୍ତରଙ୍ଗ ଥାନାରେ ଏ ନେଇ ବିଧିବଦ୍ଧଭାବେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଆଜି ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ସମ୍ବନ୍ଧିତ ଖବର