PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ସୁବର୍ଣ୍ଣପୁର ୨୩/୧୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗାଁରେ ପାଇଖାନା ଘରରେ ମହିଳ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର କଳହ ନିର୍ଯାତନା ସହି ନ ପରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଲେ ୨୨ବର୍ଷ ବୟସ୍କା ପ୍ରିୟବତୀ ମହାଲିଙ୍ଗ।

ସୂଚନା ଯୋଗ୍ୟ ଯେ, ଆଜି ସୁବର୍ଣ୍ଣପୁର କୁକିଆ ଗାଁ ଏକ ଅଘଟଣ ଘଟିଯାଇଛି। ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗାଁରେ ପାଇଖାନା ଭିତରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ତେବେ ୨୨ବର୍ଷ ବୟସ୍କା ପ୍ରିୟବତୀଙ୍କ ବାପା ବନମାଳୀ ମହାଲିଙ୍ଗ ଝିଅକୁ ନିର୍ଯାତନା ଦେଇ ମାରିଦେଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି  । ୪ବର୍ଷ ତଳେ ସେହି ଗାଁର ବାବୁଲି ତରିଆଙ୍କ ସହ ପ୍ରିୟବତୀଙ୍କ ବିବାହ ହୋଇଥିଲା  ।

ଆଜି ପରିବାରଲୋକେ ଘର ପାଇଖାନାରୁ ପ୍ରିୟବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ  । ପାଇଖାନା ଭିତରେ ଶାଢୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସଫେଇ ଦେଇଛନ୍ତି  । କିନ୍ତୁ ମୃତ ପ୍ରିୟବତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରିୟବତୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ସ୍ବାମୀଙ୍କୁ ଅଟକ ପୁଲିସ୍। ଘଟଣାସ୍ଥଳରେ ବୀରମହାରାଜପୁର ଏସ୍‌.ଡି.ପି.ଓ ,ଉଲୁଣ୍ଡା ଆଇ.ଆଇ.ସି ଏବଂ ମାଜିଷ୍ଟ୍ରେଟ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।