ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ଏବେ ମହିଳା ସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ ଓ କମାଣ୍ଡ୍ ପୋଷ୍ଟିଂ

ନୂଆଦିଲ୍ଲୀ , ୧୭|୦୨:   ସେନାରେ ସ୍ଥାୟୀ କମିଶନ ପାଇବାରୁ ବଞ୍ଚିତ ହେଉଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଶୁଣାଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରି କୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ୨୦୧୦ରେ ଦିଲ୍ଲୀ ହାଇକୋର୍ଟରେ ବିଜୟୀ ହେବା ପରେ ମଧ୍ୟ ମହିଳା ଅଧିକାରୀଙ୍କୁ ସରକାରଙ୍କ ତରଫରୁ ସେମାନଙ୍କ ହକ୍ ମିଳିନଥିଲା। ଏବେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିବ। କମାଣ୍ଡ ପୋଷ୍ଟିଂ ମଧ୍ୟ ମିଳିପାରିବ।

ଜଷ୍ଟିସ୍ ଡିବାଅ ଚନ୍ଦ୍ରଚୂଡ ଓ ଜଷ୍ଟିସ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସେନାରେ ମହିଳା ଅଧିକାରୀଙ୍କ ନିଯୁକ୍ତିକୁ ବିକାଶର ଏକ ପ୍ରକ୍ରିୟା ବୋଲି କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବେ ନାହିଁ ବୋଲି କହିଥିଲେ।

କୋର୍ଟ କହିଛନ୍ତି ଯେ, ସମସ୍ତ ନାଗରିକଙ୍କୁ ସମାନତା, ଲିଙ୍ଗଗତ ସମାନତା ଆଧାରରେ ସେନାରେ ମହିଳାଙ୍କ ଯୋଗଦାନ ଅନେକଙ୍କୁ ପ୍ରେରଣା ଦେବ। ମହିଳାଙ୍କ ଶାରୀରିକ ବିଶେଷତାକୁ ନେଇ କେନ୍ଦ୍ର ସରକାରଙ୍କ ମତକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ର ଦୃଷ୍ଟିକୋଣ ଓ ମାନସିକତାରେ ପରିବର୍ତ୍ତନ କରୁ। ୩୦ ପ୍ରତିଶତ ମହିଳା ବାସ୍ତବରେ ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହୋଇଛନ୍ତି। ମହିଳା ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି। କୋର୍ଟ କ୍ୟାପ୍ଟେନ୍ ତାନିଆ ସେରଗିଲଙ୍କ ଉଦାହରଣ ଦେଇଥିଲେ।

   ସମ୍ବନ୍ଧିତ ଖବର


‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…