ଦୁଇ ମହିଳା କ୍ରିକେଟର ପରସ୍ପରକୁ ବିବାହ କଲେ, ଜାଣନ୍ତୁ କିଭଳି ଆରମ୍ଭ ହୋଇଥିଲା ତାଙ୍କ ଲଭ ଷ୍ଟୋରୀ….

ନୂଆଦିଲ୍ଲୀ,୨୦।୪: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ହେଲି ଜେନସନ୍ ଅଷ୍ଟେ୍ରଲିଆର ମହିଳା କ୍ରିକେଟର ନିକୋଲା ହେନକକଙ୍କୁ ବିବାହ କରିଛନ୍ତି। ଦୁହେଁ ପ୍ରଥମ ଥର ପାଇଁ ମେଲବୋର୍ଣ୍ଣ ଷ୍ଟାରର୍ସ ଟିମ୍ ପକ୍ଷରୁ ଖେଳିଥିବାର ଦେଖିବାକୁ ମିଳିଥିଲା। ଜେନସନ୍ ଦୁଇ ବର୍ଷ ମେଲବୋର୍ଣ୍ଣ ଟିମ୍ ପକ୍ଷରୁ ଖେଳିଥିଲେ। ଏହାପରେ ମେଲବୋର୍ଣ୍ଣ ରେନେଗେଡ୍ରସ୍ ପକ୍ଷରୁ ଖେଳିଥିଲେ। ସେଭଳି ହେନକକ୍ ଏବେ ମଧ୍ୟ ଟିମରେ ଖେଳଉଛନ୍ତି। ବିବାହ ସମାରୋହ ଗତ ସପ୍ତାହନ୍ତରେ ଆୟୋଜିତ ହୋଇଥିଲା।

From #TeamGreen, congratulations to Stars bowler Nicola Hancock who married her partner Hayley Jensen last weekend! 💍 pic.twitter.com/QvWb7Ue0Qx
— Melbourne Stars (@StarsBBL) April 18, 2019
ବିଗ୍ ବେସ୍ ଲିଗ୍ ମେଲବୋର୍ଣ୍ଣ ଷ୍ଟାରର୍ସ ନିଜର ଟ୍ବିଟର ଆକାଉଣ୍ଟରେ ଏହି ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି ଓ ଏହା ସହ ସେ ଦୁଇ ଖେଳାଳିଙ୍କୁ ସଫଳ ବୈବାହିକ ଜୀବନ ପାଇଁ ଶୁଭକାମନା ମଧ୍ୟ ଦେଇଛନ୍ତି। ବିଗ ବେଶ୍ ଲିଗରେ ମେଲବୋର୍ଣ୍ଣ ଷ୍ଟାରର୍ସ ପାଇଁ ପ୍ରାରମ୍ଭିକ ଦୁଇଟି ସିଜିନରେ ଖେଳୁଥିବା ଅଲରାଉଣ୍ହର ଜେନସନ୍ ତୃତୀୟ ସିଜିନରେ ମେଲବୋର୍ଣ୍ଣ ରେନେଗେଡସ୍ ପାଇଁ ଖେଳିଥିଲେ। ଅନ୍ୟପକ୍ଷେ ହେନକକ୍ ମଧ୍ୟ ଏବେ ବି ଟିମ୍ ଗ୍ରାନ ନାମରେ ପ୍ରସିଦ୍ଧ ଏହି ଟିମ୍ ପାଇଁ ବିବିଏଲରେ ଖେଳୁଛନ୍ତି।

୨୬ ବର୍ଷୀୟ ଜେନସନ୍ ୨୦୧୪ରେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଆନ୍ତଃର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଖେଳିଥିଲେ। ଅନ୍ୟପକ୍ଷେ ୨୩ ବର୍ଷୀୟ ହେନକମ୍ ଗତ ବିବିଏଲ ସିଜିନରେ ୧୪ଟି ମ୍ୟାଚରେ ୧୪ ଟି ଓ୍ବିକେଟ୍ ହାସଲ କରି ଦ୍ବିତୀୟ ସବୁଠାରୁ ସଫଳ ବୋଲାର ଭାବରେ ପରିଗଣିତ ହୋଇଛନ୍ତି।