PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଅଦ୍ଭୁତ ବିଶ୍ବାସ : ବୋହୂ ଘର ଛାଡ଼ି ଫେରାର ହେବାରୁ ନିଜ ଜିଭ କାଟିଦେଲେ ଶାଶୁ

ଜାମଶେଦପୁର ୧୮।୮ : ଝାରଖଣ୍ଡର ଜମଶେଦପୁରରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବୋହୂ ଘରୁ ପଳାଇଯିବା ପରେ ଶାଶୂ ନିଜ ଜିଭ କାଟି ଭଗବାନଙ୍କ ଫଟୋରେ ଚଢ଼ାଇଛନ୍ତି। ଶାଶୁଙ୍କ କହିବାନୁସାରେ ଏଭଳି କରିବା ଦ୍ବାରା ବୋହୂ ପୁଣି ଘରକୁ ଫେରିଆସିବ।

ଏହି ପୂରା ଘଟଣା ଆରଆଇଟି ପୋଲିସ ଷ୍ଟେସନର ଏନଆଇଟି କ୍ୟାମ୍ପସ ସହିତ ଜଡିତ, ଯେଉଁଠାରେ ନିଜ ବୋହୂ ଘରୁ ପଳାଇ ଯିବାପରେ ଶାଶୁ ନିଜ ଜିଭ କାଟି ଭଗବାନ ଶିବଙ୍କ ଫଟୋ ଉପରେ ଚଢ଼ାଇଦେଇଛନ୍ତି। ଫଳରେ ଶାଶୁଙ୍କର ଶରୀର ଅସୁସ୍ଥ ହୋଇପଡ଼ିବାରୁ MGM ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହିଳାଙ୍କ ସ୍ୱାମୀ କହିବାନୁସାରେ, ବିଶ୍ୱାସ କରାଯାଏ ଯଦି ଗାଁରେ କୌଣସି ବ୍ୟକ୍ତି ପଳାଇଯାଏ ତେବେ କେହି ଜଣେ ଜିଭକୁ କାଟି ଭଗବାନଙ୍କ ଉପରେ ଚଢ଼ାଇଦେଲେ ପଳାଇ ଯାଇଥିବା ବ୍ୟକ୍ତି ପୁଣି ଫେରି ଆସେ। ତେଣୁ ମହିଳା ଜଣକ ମଧ୍ୟ ଜିଭ କାଟି ଭଗବାନ ଫଟୋ ସାମ୍ନାରେ ଅର୍ପଣ କରିଛନ୍ତି।

ହସ୍ପିଟାଲରେ ଭର୍ତ୍ତି ମହିଳାଙ୍କ ସ୍ବାମୀ କହିଛନ୍ତି କି, ବୋହୂ ଶୌଚ ହେବା ପାଇଁ ବାହାରକୁ ଯାଇଥିଲା। ନିଜର ଦେଢ଼ ବର୍ଷର ଝିଅକୁ ନେଇ ଫେରାର୍‌ ହୋଇଯାଇଛି। ତେବେ ମହିଳା ଜଣଙ୍କ ନିଜ ପ୍ରେମିକ ସାଙ୍ଗରେ ଫେରାର୍‌ ହୋଇଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ଶାଶୁଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ମହିଳାଙ୍କୁ ଏବେ ବି ବିଶ୍ବାସ ରହିଛି କି ତାଙ୍କ ବୋହୂ ଜଲଦି ଫେରିଆସିବ।

ସମ୍ବନ୍ଧିତ ଖବର