ଭାଉଜଙ୍କୁ ମାଡ଼ ମାରି ଦିଅର ଗିରଫ

ଭୁବନେଶ୍ୱର ୨୭/୧୧: ଭାଉଜଙ୍କୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ସେ ହେଲେ ସହିଦନଗର ଥାନା ଅଧୀନ କୋରଡକଣ୍ଟା ଅଞ୍ଚଳର ଜଗନ୍ନାଥ ମହାରଣା (୪୦) । ପୁଲିସ ଆଜି ଜଗନ୍ନାଥଙ୍କୁ କୋର୍ଟଚାଲଣ କରିଛି ।

ପୁଲିସ ସୂଚନା ମୁତାବକ, ବଡ଼ ଭାଇ ପ୍ରଶାନ୍ତଙ୍କ ସହ ଜଗନ୍ନାଥଙ୍କ ଦୀର୍ଘବର୍ଷ ଧରି ପାରିବାରିକ ଝଗଡ଼ା ଲାଗି ରହିଥିଲା । ପ୍ରଶାନ୍ତ ତାଙ୍କ ସ୍ତ୍ରୀ ମାନସୀ ମହାରଣାଙ୍କ ସହ ୧୦ ବର୍ଷ ହେଲା ଅନ୍ୟତ୍ର ରହୁଥିଲେ । ଗତକାଲି କୌଣସି ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ପ୍ରଶାନ୍ତ ଓ ମାନସୀ ଏକାଠି କୋରଡକଣ୍ଟାସ୍ଥିତ ଘରକୁ ଯାଇଥିଲେ । ସେଠାରେ ପୂର୍ବ ଶତ୍ରୁତାକୁ ନେଇ ବଚସା ହୋଇଥିଲା । ଜଗନ୍ନାଥ ହଠାତ୍‌ ରାଗିଯାଇ ମାନସୀଙ୍କୁ ମାରଧର୍‌ କରିଥିଲେ । ପରେ ମାନସୀ ଉତ୍ସବରୁ ଫେରି ସିଧା ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ଆଜି ଜଗନ୍ନାଥଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା