ଝିଅ ମୋବାଇଲରେ କଥା ହେବା ନେଇ କଳି: ମହିଳାଙ୍କ ଠେଙ୍ଗା ମାଡ଼ରେ ପଡ଼ୋଶିନୀ ମୃତ

ରାସଗୋବିନ୍ଦପୁର ୨୬/୧୧: ସାମାନ୍ୟ କଥାକୁ କେନ୍ଦ୍ର କରି ଜନୈକ ମହିଳାଙ୍କୁ ପଡ଼ୋଶୀ ଘରର ମହିଳା ଠେଙ୍ଗାରେ ମାଡ଼ ମାରି ଗୁରୁତର କରିବା ପରେ ଆହତ ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବାଉଶୁଳୀ ଗ୍ରାମର ଚମଟୁ ସରେନଙ୍କ ପତ୍ନୀ ଦାନଗୀ (୪୨) ଶନିବାର ସେହି ଗ୍ରାମର ରାବଣ ହେମ୍ବ୍ରମଙ୍କ ଝିଅ ନିଛାଟିଆ ସ୍ଥାନରେ ଠିଆ ହୋଇ ମୋବାଇଲରେ କଥା ହେଉଥିବା ଦେଖିଥିଲେ । ସେ ସମ୍ପର୍କୀୟା ହୋଇଥିବାରୁ ବଡ଼ ହିସାବରେ ଝିଅ ଗପିବାକୁ ପ୍ରତିବାଦ କରିଥିଲେ । ‘କାହା ସହିତ ଏତେ କଥା ହେଉଛୁ’ ବୋଲି ଦାନଗୀ ସେହି ଝିଅକୁ ପଚାରିବା ସହ ତାଗିଦ ମଧ୍ୟ କରିଥିଲେ । ଏହା ଜାଣିବା ପରେ ଝିଅର ମାଆ ଦୁଲି ହେମ୍ବ୍ରମ ଦାନଗୀଙ୍କୁ ଗାଳିଗୁଲଜ କରିଥିଲେ ।

ଏଥିରୁ ଦୁହିଁଙ୍କ ମଧ୍ୟରେ ବଚସାରୁ ଉତ୍‌କ୍ଷିପ୍ତ ହୋଇ ଠେଙ୍ଗାରେ ଦାନଗୀଙ୍କୁ ଆକ୍ରମଣ କରିଥିଲେ। ମୋଟା ବାଉଁଶ ଠେଙ୍ଗା ମାଡ଼ରେ ଗୁରୁତର ଆହତ ହୋଇଥିଲେ ଦାନଗୀ । ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ତାଙ୍କ ସ୍ୱାମୀ ଚାମଟୁ ଦାନଗୀଙ୍କୁ ସ୍ଥାନୀୟ ଚିକିତ୍ସକଙ୍କ ନିକଟକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଦାନଗୀଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦାନଗୀଙ୍କର ମୃତ୍ୟୁ ହୋଇଯାଇଛି। ଡାକ୍ତରଖାନା ପକ୍ଷରୁ ପୁଲିସକୁ ଖବର ଦିଆଯିବା ପରେ ମୃତଦେହ ଜବତ କରିବା ସହ ପୁଲିସ ଅଭିଯୁକ୍ତ ଦୁଲି ହେମ୍ବ୍ର୍ରମକୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି