ଯାତ୍ରୀଙ୍କୁ ବଞ୍ଚାଇବାକୁ ୭ ଘଣ୍ଟା ବର୍ଷାରେ ଭିଜିଲେ ମହିଳା

ମୁମ୍ବାଇ ୧୧/୦୮: ବ୍ୟସ୍ତବହୁଳ ଜୀବନରେ କାହା ପାଖରେ କାହା ପାଇଁ ମୁହୂର୍ତ୍ତଟିଏ ବି ସମୟ ନାହିଁ । ଲୋକେ ନିଜ କାମରେ ଏତେ ବ୍ୟସ୍ତ ଯେ ମାନବିକତାକୁ ମଧ୍ୟ ଭୁଲିଯାଉଛନ୍ତି । କିନ୍ତୁ ଏଠାରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମାନବିକତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗତ କିଛି ଦିନ ଧରି ମୂଷଳାଧାର ବର୍ଷା ଯୋଗୁ ମୁମ୍ବାଇ ରାସ୍ତାଘାଟ ଜଳପୂର୍ଣ୍ଣ ହୋଇଛି । ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି । ଯାତାୟାତ ସମୟରେ ଲୋକେ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଏହି ସ୍ଥିତିରେ କାନ୍ତା ମାରୁତୀ କାଲାନ ନାମ୍ନୀ ଏହି ମହିଳା ଯାତ୍ରୀଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ଦୀର୍ଘ ୭ ଘଣ୍ଟା ଧରି ବର୍ଷାରେ ଭିଜିଛନ୍ତି ।

ରାସ୍ତା ମଝିରେ ଥିବା ଏକ ଖୋଲା ମ୍ୟାନ୍‌ହୋଲ (ଗର୍ତ୍ତ) ବିଷୟରେ ଯାତ୍ରୀଙ୍କୁ ଚେତାଇ ଦେବାକୁ ସେ ଏହିପରି କରିଛନ୍ତି। କାନ୍ତାଙ୍କର ଏହି ମାନବିକତାର ଭିଡିଓ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ସେୟାର ହୋଇଛି। ତା’ପରଠୁ କାନ୍ତାଙ୍କ ମହତପଣିଆକୁ କେବଳ ମୁମ୍ବାଇବାସୀ ନୁହନ୍ତି, ଦେଶବାସୀ ପ୍ରଶଂସା କରୁଛନ୍ତି । ମୁମ୍ବାଇର ମାତୁଙ୍ଗା ୱେଷ୍ଟ ସ୍ଥିତ ତୁଳସୀ ପାଇପ୍‌ ରୋଡ୍‌ରେ ଏହି ଘଟଣା ଦେଖିବାକୁ ମିଳିଛି । ଭିଡିଓରେ ରାସ୍ତା ମଝିରେ ଏକ ଖୋଲା ଗର୍ତ୍ତ ପାଖରେ କାନ୍ତା ଠିଆ ହୋଇଥିବା ଦେଖିବାକୁ ମିଳୁଛି ।

ସେଇ ବାଟ ଦେଇ ଯାଉଥିବା ଲୋକଙ୍କୁ ସେ ଗର୍ତ୍ତ ବିଷୟରେ ଚେତାଉ ଦେଉଛନ୍ତି । ଘଣ୍ଟା ଘଣ୍ଟା ଧରି ସେ ବର୍ଷାରେ ଭିଜିବାର ଖବର ପାଇ ବିଏମ୍‌ସି ଅଧିକାରୀ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଗାଳି କରିଥିଲେ ବୋଲି ଏକ ଖବରସଂସ୍ଥାକୁ କାନ୍ତା କହିଛନ୍ତି । ଜୀବିକା ନିର୍ବାହ ଓ ୩ ପିଲାଙ୍କ ପାଠପଢ଼ା ପାଇଁ କାନ୍ତା ସ୍ଥାନୀୟ ଅଞ୍ଚଳରେ ଫୁଲ ବିକ୍ରି କରନ୍ତି । ତାଙ୍କର ୫ ପିଲା ବିବାହ କରିସାରିଛନ୍ତି । କାନ୍ତାଙ୍କ ସ୍ୱାମୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ପ୍ରତିପୋଷଣ ବୋଝ କାନ୍ତାଙ୍କ କାନ୍ଧରେ ରହିଛି ।

   ସମ୍ବନ୍ଧିତ ଖବର


‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…