ଛାତ୍ରୀକୁ ପିଟିଲେ ଶିକ୍ଷୟତ୍ରୀ: କହିଲେ, ଚୁଟି ଶାମ୍ପୁ କରିନୁ କାହିଁକି ?

ହମିରପୁର ୨୬/୮: ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାର ପ୍ରାଥମିକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ପିଟିବା ମାମଲାରେ ପୋଲିସ ଏସସି-ଏସଟି ଆକ୍ଟରେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଅଭିଯୋଗ ଏହା ଯେ ପ୍ରାଥମିକ ସ୍କୁଲରେ ମହିଳା ଟିଚର ଜଣକ ବାରମ୍ବାର ପିଲାଙ୍କୁ ତାଙ୍କ ଜାତି(Caste) ଶବ୍ଦରେ ଡାକନ୍ତି । କିନ୍ତୁ ଦିନେ ସେ ଏକ ଛୋଟ ଶିଶୁକୁ ଜୋରରେ ପିଟିଲେ ।

ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର
ଗତ କିଛି ଦିନ ଧରି ଏମିତି ଚାଲିଆସୁଥିଲା । ଶିକ୍ଷୟତ୍ରୀ ଜଣକ ପିଲାଙ୍କୁ ସେମାନଙ୍କ ଜାତି ନାଁ ଧରି ଡାକିବା ସହ ଟିକିଏ ଟିକିଏ ଭୁଲରେ ବାଡାନ୍ତି । ସେମାନଙ୍କୁ ଜାତି ନାଁ ସମ୍ପର୍କରେ କହି ମଜା ଉଡାନ୍ତି । ଯେତେବେଳେ ଦିନଏ ଜଣେ ଛାତ୍ରୀର ପିତାମାତା ତାଙ୍କ ସହ ଏସମ୍ପର୍କରେ ଆଲୋଚନା କଲେ ସେ ତାଙ୍କର ମଧ୍ଯ ମଜା ଉଡାଇଲେ । ଏହା ପରେ ଛାତ୍ରୀର ମାତା-ପିତା ଥାନାରେ ଅଭିଯୋଗ କଲେ । ପୋଲିସ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏସସି-ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କଲା ।

ମୁଣ୍ଡରେ ଶାମ୍ପ କରିକି କାହିଁକି ଆସିନୁ ?
୪ର୍ଥ ଶ୍ରେଣୀର ଛାତ୍ରୀ ଜଣକ କହିଛି ଯେ ଟିଚର ମ୍ୟାଡମ୍ ତାକୁ ପିଟିଛନ୍ତି । ଏବଂ ମାଡରେ ତା ବେକରେ ଚିହ୍ନ ମଧ୍ଯ ହୋଇଯାଇଛି । ସେ ପିଟିବା ସମୟରେ ଏହା ମଧ୍ଯ କହିଛନ୍ତି ଯେ ମୁଣ୍ଡରେ ଶାମ୍ପ କାହିଁକି କରିକି ଆସିନୁ ? ଛାତ୍ରୀର ମାତା ସନ୍ତୋଷ କୁମାରୀ କହିଛନ୍ତି ଯେ ଶିକ୍ଷୟତ୍ରୀ ଜାତି ନାଁ ନେଇ ସବୁବେଳେ ତାଙ୍କ ଝିଅକୁ ଅପମାନ କରୁଛନ୍ତି ଏବଂ ଶେଷରେ ଏବେ ବିନା ଦୋଷରେ ମାଡ ମଧ୍ୟ ମାରିଛନ୍ତି । ଅନ୍ଯ ଛାତ୍ରଛାତ୍ରୀମାନଙ୍କ ପିତା-ମାତାମାନେ ମଧ୍ଯ କହିଛନ୍ତି ଯେ ଶିକ୍ଷୟତ୍ରୀଙ୍କ ଯେତେବେଳେ ପିଲାଙ୍କ ପାଠ କଥା ପଚାରିବାକୁ ଗଲେ ତାଙ୍କୁ ତଳେ ବସିବାକୁ କହୁଛନ୍ତି ଏବଂ ଜାତି ନାଁ ନେଇ ଅପମାନ ଦେଉଛନ୍ତି ।

ଅନ୍ୟପଟେ ଏହି ମାମଲାରେ ଡିଏସପି ହିତେଶ ଲଖନପାଲ୍ କହିଛନ୍ତି ଯେ ପିଲାକୁ ମାଡ ମାରିବା ଏବଂ ଜାତିସୂଚକ ଶବ୍ଦ କହିବା ନେଇ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ପୋଲିସ ଏସସି-ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି ଏବଂ ଖୁବଶୀଘ୍ର ତାଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ।

   ସମ୍ବନ୍ଧିତ ଖବର


ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ

ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କାହିଁକି କରୋନା ଜନିତ କମ୍ ମୃତ୍ୟୁ ହାର? ରିସର୍ଚ୍ଚ ପରେ ଜଣାପଡିଲା ଆଶ୍ଚର୍ଯ୍ୟକର ତଥ୍ୟ