ସୁନା ଦୋକାନରେ ମହିଳାଙ୍କ ହାତ ସଫେଇ; ଦେଖିବା ବାହାନାରେ ଲୁଚାଇ ନେଲେ ସୁନାଚୁଡି, ସିସିଟିଭିରେ କଏଦ ହେଲା ଦୃଶ୍ୟ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବାରଣାସସୀରେ ଏକ ଗହଣା ଦୋକାନରେ ଚାରିଜଣ ମହିଳାଙ୍କ କଳା କାରନାମା ସିସିଟିଭିରେ କଏଦ ହୋଇଛି । ଦୋକାନ ମାଲିକଙ୍କୁ ନିଜକଥାରେ ବ୍ୟସ୍ତ କରାଇ ଚାରୋଟି ସୁନାଚୁଡି ଚୋରି କରିନେଇଛନ୍ତି । ଚୋରି ହୋଇଥିବା ଚୁଡିର ଦାମ ୧ ଲକ୍ଷ ୮୦ ହଜାର ହେବ । ଷ୍ଟକ ସହ ମେଳ ନହେବା କାରଣରୁ ଏହି ଚୋରି ବିଷୟରେ ଜଣାପଡିଥିଲା ।

କୋତବାଲି ଥାନା ଅନ୍ତର୍ଗତ ଭୈରବନାଥ ଅଂଚଳରେ ଏହି ସୁନା ଦୋକାନ ରହିଛି । ଦୋକାନ ମାଲିକ ଷ୍ଟକ ଚେକ କରୁଥିଲେ । ଏଥିରୁ ଜଜଣାପଡିଥିଲା କି ପ୍ରାୟ ୩୨ ଗ୍ରାମର ଚୁଡି ଷ୍ଟକରୁ ନାହିଁ । ଏହାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି । ସିସିଟିଭିରୁ ଏହି ଚୋରିର ପ୍ରମାଣ ମିଳିଥିଲା । କିଛିଦିନ ପୂର୍ବରୁ ଏହି ମହିଳାମାନେ ଦୋକାନକୁ ଆସିଥିଲେ । ଆଉ ଅଳଙ୍କାର ଦେଖିବା ବାହାନାରେ ସୁନାଚୁଡି ଚୋରି କରି ନେଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥଲା ।

ତେବେ ଏହି ଘଟଣା ଦୀପାବଳି ପୂର୍ବରୁ ହୋଇଛି । ସୁନାଚୁଡି ଦେଖିବାକୁ ଏମାନେ ମାଗିଥିଲେ ଆଉ କର୍ମଚାରୀ ଚୁଡି ଦେଖାଇଥିଲେ । ପିନ୍ଧିବା ବାହାନାରେ ଚୁଡିକୁ ଜଣେ ମହିଳା ମୋଡି ଦେଇଥିଲେ । ବଙ୍କା ଚୁଡିକୁ କର୍ମଚାରୀ ସଜାଡିବା ସମୟରେ ଆଉ ଜଣେ ମହିଳା ପାଖରେ ଥିବା ଏକ ଚୁଡିବଣ୍ଡଲକୁ ଓଢଣୀ ଭିତରେ ଲୁଚାଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସିସିଟିଭିକୁ ଦେଖି ପୋଲିସ ଅଜଣା ମହିଳାଙ୍କ ଠିକଣା ଖୋଜୁଛି ।