PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ପାହାଡ଼ ଖୋଳିଲେ ଗାଁର ମହିଳା

ଦଶରଥ ମାଝି ପାହଡ଼ ଖୋଳି ରାସ୍ତା କରିଥିଲେ । ତାଙ୍କ ଠାରୁ ପ୍ରେରଣା ନେଇ ବହୁ ଲୋକ ନିଜ କାମ ନିଜେ କରିବାକୁ ଆଗଭର ହୋଉଛନ୍ତି । ସରକାରଙ୍କ ଉପରେ ନିର୍ଭର କରୁନାହାନ୍ତି । ନିକଟରେ ଏମିତି ଏକ ଘଟଣା ପୁଣି ନଜରକୁ ଆସିଛି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଥିବା ମଲ୍ଲି ଗ୍ରାମ ଠାରେ । ପ୍ରାୟ ୧୯ ବର୍ଷ ହେଲା ଲୋକ ସରକାରଙ୍କ ପ୍ରତିଶ୍ରୁତିକୁ ଅନାଇ ବସିଥିଲେ । ଯେତେବେଳେ ଅପେକ୍ଷାର ସୀମା ପାର ହୋଇଗଲା, ସେତେବେଳେ ଗ୍ରାମ ଲୋକ ମିଶି ବାହାରିଥିଲେ ରାସ୍ତା ନିର୍ମାଣ କରିବା ସକାଶେ । ଏଥିରେ ବହୁ ମାତ୍ରାରେ ମହିଳାମାନେ ଯୋଗ ଦେଇଥିଲେ । ୧୫୦ ମିଟର ରାସ୍ତା ନିର୍ମାଣ କରିବା ପାଇଁ ମହିଳାମାନେ ତାଙ୍କ ଗ୍ରାମରେ ଥିବା ଉଚ୍ଚତମ ପାହାଡ଼ ଖୋଳିବାକୁ ଆରମ୍ଭ କରିଛନ୍ତି । ଗ୍ରାମର ଜଣେ ବରିଷ୍ଠ ବୃଦ୍ଧାଙ୍କ ଅନୁସାରେ, ଯେତେବେଳେ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶ ଠାରୁ ଅଲଗା ହେଲା, ସେବେଠାରୁ ସରକାର କହିଥିଲେ, ମଲ୍ଲି ଗ୍ରାମକୁ ରାସ୍ତା ନିର୍ମାଣ ହେବ । ମାତ୍ର ତାହା ହୋଇନଥିଲା । ଗ୍ରାମଠାରୁ ୧୦ କିଲୋମିଟରରେ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲା ବେଳେ ୧୫ କିଲୋମିଟରରେ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ଦିନ ପିଲାମାନେ ବିଦ୍ୟାଳୟକୁ ଯିବାକୁ ହେଲେ ୧୫ କି.ମିର ଦୁର୍ଗମ ରାସ୍ତା ଚାଲି ଚାଲି ଯାଇଥାନ୍ତି । ତେଣୁ କେତେକ ପିଲାମାନେ ପାଠ ପଢ଼ା ଛାଡ଼ି ଦେଉଛନ୍ତି । ଏହିସବୁ ଅସୁବିଧା କାରଣରୁ ୫୦ଟି ପରିବାର ଗ୍ରାମ ମଧ୍ୟ ଛାଡ଼ି ସାରିଲେଣି । ଆଉ ମାତ୍ର ୧୧୫ ପରିବାର ରହିଛନ୍ତି । ଗର୍ଭାବସ୍ଥାରେ ମହିଳାମାନେ ବେଶୀ ଅସୁବିଧାର ସାମ୍ନା କରିବା ହେତୁ, ପ୍ରଥମେ ମହିଳାମାନେ ମିଶି ପାହାଡ଼ ଖେଳିବା କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ତାଙ୍କ ପରିବାର ଲୋକ ଏହି କାମରେ ତାଙ୍କୁ ସହଯୋଗ କରୁଛନ୍ତି ।